ଜିନିଗୁଡାରୁ ବେଆଇନ ମଦ ଚଢ଼ାଉ,୨୧୨୫ ଲିଟର ଜବତ ,୨ଗିରଫ

0
178

 

କୁକୁଡ଼ାଖଣ୍ଡି, ୦୭/୦୫/୨୦୨୦:କୁକୁଡାଖଣ୍ଡି ତହସିଲ ଅଂଚଳରେ ଦିନକୁ ଦିନ ନକଲି ମଦ ବ୍ୟବସାୟ ବୃଦ୍ଧି ପାଉଥିବା ବେଳେ ପ୍ରଶାସନ ପକ୍ଷରୁ ଧରପଗଡ଼ ଜୋରଜାର କରାଯାଇଛି lଲକଡାଉନ ଦେଢ଼ମାସ ମଧ୍ୟରେ ପାଖାପାଖି କେବଳ ବ୍ରହ୍ମପୁର-୨ ବିଭାଗ ଅଧୀନରେ ଥିବା କୁକୁଡାଖଣ୍ଡି ଅଞ୍ଚଳରୁ ୨୦ ହଜାର ଲିଟରରୁ ଅଧିକ ପରିମାଣର ବେଆଇନ ମଦ ଜବତ କରାଯାଇଛି lଏହିକ୍ରମରେ କୁକୁଡାଖଣ୍ଡି ତହସିଲଦାର ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଏବଂ ଅବକାରୀ ବିଭାଗ ଇନିସ୍ପେକ୍ଟର ରୋସନ ହାସଦା,ଏସଆଇ ଆକାଶ ବିଶି,ପ୍ରଦୀପ କୁମାର ସାହୁ, ଶ୍ରୀଧର ମହାନ୍ତି ପ୍ରମୁଖ ମିଳିତ ଭାବେ ଅନନ୍ତେଇ ନିକଟସ୍ଥ ଜିନିଗୁଡା , ବନ୍ଧଗୁଡା ଗ୍ରାମରେ ଚଢ଼ଉ କରାଯାଇଛି lଏଥିରେ ୨ ହଜାର ଲିଟର ଗୁଡ଼ ମିଶ୍ରିତ ପୋଚ, ୧୨୫ ଲିଟର ନକଲି ମଦ ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରାଯାଇଛି lନିଜକୁ ସୁରକ୍ଷା ଦେବାପାଇଁ ବହୁ ସ୍ଥାନରେ ମଦ ପ୍ରସ୍ତୁତିବେଳେ ଲୋକ ମାନେ ମାରଣାସ୍ତ୍ର ଧରି ଜାଗୁଥିବାର ମଧ୍ୟ ଦେଖିବାକୁ ମିଳିଛି lଗତକିଛି ତଳେ ସଦର ଥାନା ଅନ୍ତର୍ଗତ ନିମଖଣ୍ଡି ଫାଣ୍ଡି ଅଧିକାରୀ ବେଆଇନ ମଦ ଜବତ କରିବାକୁ ଯାଇଥିବା ସମୟରେ ତାଙ୍କ ଉପରେ ସଂଗବଧ ଆକ୍ରମଣ ହୋଇଥିଲା l ପୋଲିସ ଏହି ଘଟଣାରେ କିଛି ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟଚାଲାଣ ମଧ୍ୟ କରିଛି lତେବେ ଏତେ ପରିମାଣରେ ଚଢ଼ଉ ହେଉଥିଲେ ମଧ୍ୟ କେଉଁ ଉଧେଷ୍ୟ ନେଇ ଏହି ଅସାଧୁ ବ୍ୟକ୍ତି ମାନେ ନିଜର କାୟା ବିସ୍ତାର କରି ଏହି ନକଲି ମଦ ପ୍ରସ୍ତୁତ କରି ନିରୀହ ଜନସାଧାରଣଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ତାହା ବର୍ତ୍ତମାନ ସାଧାରଣ ମହଲରେ ପ୍ରଶ୍ନବାଚି ସୃଷ୍ଟି କରିବା ସହ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଦାବି ହେଉଛି l

ରିପୋର୍ଟ :ଡାକ୍ତର ମନୋଜ ପାତ୍ର

LEAVE A REPLY

Please enter your comment!
Please enter your name here