ରଥ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ପ୍ରସଙ୍ଗ *ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ପୁରୀ ଓ ବ୍ରହ୍ମଗିରି ବିଧାୟକ*  କେନ୍ଦ୍ର ସରକାର ରଥ ନିର୍ମାଣ କାର୍ଯ୍ୟ ପାଇଁ ଅନୁମତି ଦେବା ସ୍ୱାଗତଯୋଗ୍ୟ ପଦକ୍ଷେପ  ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଓଡିଶାର ଅସ୍ମିତାର ପରିଚୟ  ମହାପ୍ରଭୁଙ୍କ ରଥଯାତ୍ରା ସହିତ ସାଢେ ୪ କୋଟି ଓଡିଆ ଓ ସନାତନ ହିନ୍ଦୁ ଧର୍ମର ଶହେଶହେ ଲୋକଙ୍କ ଭାବନା ସହ ଜଡିତ  କେନ୍ଦ୍ର ସରକାରଙ୍କ ଏହି ନିଷ୍ପତି ସାଢେ ୪ କୋଟି ଓଡିଆଙ୍କୁ ଆଶ୍ୱସ୍ତ କରିଛି

0
157

 

ଭୂବନେଶ୍ୱର / ପୁରୀ,.୦୭/୦୫/୨୦୨୦ : ପୁରୀରେ ରଥ ନିର୍ମାଣ କାର୍ଯ୍ୟ ପାଇଁ ଅନୁମତି ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଏବଂ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ।

ଶ୍ରୀ ଷଡଙ୍ଗୀ ଏବଂ ଶ୍ରୀ ମହାପାତ୍ର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପରମ ଭକ୍ତ । ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଓଡିଶାର ଅସ୍ମିତାର ପରିଚୟ । ମହାପ୍ରଭୁଙ୍କ ରଥଯାତ୍ରା ସହିତ ସାଢେ ୪ କୋଟି ଓଡିଆ ଓ ସନାତନ ହିନ୍ଦୁ ଧର୍ମର ଆସ୍ଥା ପ୍ରକଟ କରୁଥିବା ଶହେଶହେ ଲୋକଙ୍କର ଭାବନା ସହ ଯୋଡି ହୋଇରହିଛି । ରଥ ନିର୍ମାଣକୁ ନେଇ ଅନିଶ୍ଚିତତା ଜାରୀ ରହିଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରଥ ନିର୍ମାଣ କାର୍ଯ୍ୟ ପାଇଁ ଅନୁମତି ଦିଆଯିବା ସ୍ୱାଗତଯୋଗ୍ୟ ପଦକ୍ଷେପ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତି ସାଢେ ୪ କୋଟି ଓଡିଆଙ୍କୁ ଆଶ୍ୱସ୍ତ କରିଛି ବୋଲି ଦୁଇ ବିଧାୟକ ଶ୍ରୀ ଷଡଙ୍ଗୀ ଏବଂ ଶ୍ରୀ ମହାପାତ୍ର ମତବ୍ୟକ୍ତ କରିଛନ୍ତି ।

ଶ୍ରୀ ଷଡଙ୍ଗୀ ଏବଂ ଶ୍ରୀ ମହାପାତ୍ର କହିଛନ୍ତି ଯେ, ରଥ ନିର୍ମାଣକୁ ନେଇ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଗାଇଡଲାଇନ ଜାରୀ ହୋଇଛି । ତେବେ ଏହି ଗାଇଡଲାଇନ ଅନୁସାରେ ତଥା ରଥ ନିର୍ମାଣ ବେଳେ ସେବାୟତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେବାୟତଙ୍କ ମାସ୍କ ପିନ୍ଧିବା, ସାମାଜିକ ଦୂରତା ପାଳନ କରିବାକୁ ଗୁରୁତ୍ୱ ଦେବାକୁ ରାଜ୍ୟ ସରକାରଙ୍କୁ ଉଭୟ ନେତା ଅନୁରୋଧ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here