ପ୍ରଧାନମନ୍ତ୍ରୀ ‘ଙ୍କ ମନରେଗା କାର୍ଯ୍ୟ ଘୋଷଣା ଗ୍ରାମାଞ୍ଚଳ ଗରିବଙ୍କ ପାଇଁ ବରଦାନ ସଦୃଶ୍ୟ

0
158

 

ପାରଳାଖେମୁଣ୍ଡି, ୦୮/୦୫/୨୦୨୦-ମହାମାରୀ କରୋନା ମୁକାବିଲା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକଡାଉନ ଘୋଷଣା କଡାକଡି ପାଳନ କରାଯାଉଛି। ଏଭଳି ଦୁଦ୍ଧିନ ସମୟରେ ଗରିବ ଓ କୁଲି ଖଟିଖିଆଙ୍କ କାମଧନ୍ଦା ସବୁ ଠପ୍ ହୋଇ ଯାଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଯୋଜନାରେ ଗ୍ରାମାଞ୍ଚଳରେ ଗରିବ ତଥା ଦିନ ମଜୁରିଆ ଶ୍ରମିକଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମନରେଗା ତଥା ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାମ କରିବା ଘୋଷଣା ସହାୟତା ଗରିବ ଲୋକଙ୍କ ପାଇଁ ଏକ ବରଦାନ ସଦୃଶ୍ୟ ହୋଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଗ୍ରାମାଞ୍ଚଳ ହିତାଧିକାରୀ। ଗଜପତି ଜିଲ୍ଲା ଗୋସାଣି ବ୍ଲକ କତଲକଇଠା ପଞ୍ଚାୟତର ଆଦିବାସୀ ବହୁଳ ମାର୍କଡା ଗ୍ରାମର ଲୋକେ କେନ୍ଦ୍ର ସରକାରଙ୍କ ମନରେଗା ଯୋଜନାରେ କାମ ପାଇଁ ସେମାନେ ବେଶ ଖୁସି । ହିତାଧିକାରୀ ମାନେ କହିଛନ୍ତି ଯେ ଆମେ ବହୁତ ଗରିବ ଶ୍ରେଣୀର ଲକଡାଉନ ସମୟରେ ଆମର ସବୁ କାମଧନ୍ଦା ବନ୍ଧ ହୋଇଗଲା ଦୀର୍ଘଦିନ ଧରି ଏଭଳି ଦୁଦ୍ଧିନ ସମୟରେ ପରିବାର ଚଳାଇବା ବହୁତ କଷ୍ଟ ହୋଇ ପଡିଲା । ଗରିବ ଶ୍ରେଣୀର ଲୋକଙ୍କ ଏଭଳି ଦୃଦ୍ଧଶା ଓ ବିକଳ ପ୍ରତି ଦୃଷ୍ଟି ଦେଇ ରାଜ୍ୟ ଓ କେନ୍ଦ୍ର ସରକାର ସାହା ହୋଇ ଆମପାଇଁ ବରଦାନ ସଦୃଶ୍ୟ ହୋଇଛନ୍ତି। ଲକଡାଉନ ଭଳି ଦୃଦ୍ଧିନ ପରିସ୍ଥିତି ସମୟରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଆମ ଗରିବ ମାନଙ୍କୁ ଏତେ ସବୁ ସାହାଯ୍ୟ ଓ ସହାୟତା ଦେଇଥିବା ଯୋଗୁଁ ଆମେ ତାଙ୍କୁ ଚିର କୃତଞ ଏବଂ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛୁ ବୋଲି ହିତ ଅଧିକାରୀ ମାନେ କହିଛନ୍ତି। ମନରେଗା ଯୋଜନାରେ ମାର୍କଡା ଗ୍ରାମର ହିତାଧିକାରୀ ମାନେ ଗ୍ରାମ ଉପକଣ୍ଠରେ ଥିବା ଏକ ଖାଲୋଆ ଥିବା ଜାଗାରେ ପୋଖରୀ ଖେଳୁଛନ୍ତି, ଯାହାର ନାମ ପାରମା ପଣ୍ଡା ମିଶା ଶବର ପୋଖରୀ। ସେହି ପୋଖରୀ ପାଣି ଦ୍ୱାରା ଗ୍ରାମରେ ରହିଥିବା ଶତାଧିକ ଏକର ଚାଷଜମିକୁ ଆବଶ୍ୟକ ସ୍ଥଳେ ଜଳସେଚନର ଉପଯୋଗ କରିପାରିବେ। ମହିଳା ଓ ପୁରୁଷ ୧୮ ଜଣ ଏହି ମନରେଗା କାର୍ଯ୍ୟର ନିୟୋଜିତ ହୋଇ କାମ କରୁଥିବା ବେଳେ ସମସ୍ତେଙ୍କ ମୁହିଁରେ ମାସ୍କ ପିନ୍ଦୀ ଓ ସାମାଜିକ ଦୂରତା ରକ୍ଷା କରି କାମକରୁଥିବା ଦେଖିବାକୁ ମିଳିଛି।

 

ରିପୋର୍ଟ: ପ୍ରଭାତ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here