ଗଜପତି : ସାମାଜିକ ଦୂରତା କଣ ଭୂଲୀଗଲେଣି ଲୋକେ, ଲକଡାଉନ କଣ ଜାଣନ୍ତି ନାହିଁ, ସହର ମଧ୍ୟରେ ସିମିତ ସଚେତନତା, ବାହାର ରାଜ୍ୟ ଓ ଜିଲ୍ଲାରୁ ଆସି ପସରା ମେଲିଲେ ବ୍ୟବସାୟୀ। ସାପ୍ତାହିକ ହାଟ ଦ୍ବାରା ସଙ୍କ୍ରମିତ ଆଶଙ୍କା

0
339

 

ପାରଳାଖେମୁଣ୍ଡି,୧୨/୦୫/୨୦୨୦(ପ୍ରଭାତ କୁମାର ପାତ୍ର) ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଲକଡାଉନ ରେ କୋହଳ ହେଲା କଟକଣା, ଖୋଲିଲା ଦୋକାନ ବଜାର, ଲକଡାଉନ ପରେ ପ୍ରଥମ ଥର ଗଜପତି ଜିଲ୍ଲାରେ ସାପ୍ତାହିକ ହାଟକୁ ଖୋଲିବା ପାଇଁ ଅନୁମତି ଦେଇଛି ପ୍ରଶାସନ। କିନ୍ତୁ ସାପ୍ତାହିକ ହାଟରେ ଲକଡାଉନର ନିୟମକୁ ଖୋଲା ଖୋଲି ଉଲଂଘନ କରାଯାଉଥିବା ଦେଖିବାକୁ ମିଳିଛି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଦୀର୍ଘ ୪୦ଦିନ ପରେ ହାଟ ଖୋଲା ହୋଇଥିବା ଯୋଗୁଁ ନିଜର ଅମଳ ସାମଗ୍ରୀ ବିକ୍ରୀ କରିବା ସହ ଆବଶ୍ୟକ ସାମଗ୍ରୀ କିଣିବା ପାଇଁ ମଣ୍ଡଳ ସାହି ହାଟରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା ଫଳରେ ଲକଡାଉନର ମୁଳ ଲକ୍ଷ ସାମାଜିକ ଦୂରତା ଅବଲମ୍ବନ କରିବା ତାହା ଭୁଲି ଯାଇଥିଲେ ସାଧାରଣ ଲୋକ, ଭିଡ ଭିତରେ ଏଣେ ତେଣେ ବୁଲି ସାମଗ୍ରୀ କିଣା ବିକା ସମୟରେ ଅନୁଭବ ହେଉଥିଲା ସତେ ଯେମିତି ସାମାଜିକ ଦୂରତା କଣ ଜାଣି ନାହାନ୍ତି ,ଲକଡାଉନ କଣ ଭୂଲି ଗଲେଣି , ବିଭିନ୍ନ ସ୍ତରରେ ବହୁ କୋରନା ସମ୍ପର୍କିତ ବହୁ ସଚେତନତା ସୃଷ୍ଟି କରାଯାଉଥିବା ବେଳେ ତାହା କେବଳ ସହର ମଧ୍ୟରେ ସିମିତ ରହିଥିବା ଅଭିଯୋଗ ହୋଇଛି , ଅନ୍ୟ ପକ୍ଷରେ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିୟମକୁ ମାନୁ ନାହାନ୍ତି ,
ଏନେଇ କେତେ ସଚେତନ ଅଛନ୍ତି ଆପଣ ଠିକ୍ ଜିଣି ପାରୂଥିବେ ଏ ଚିତ୍ରରୁ । ଅନ୍ୟ ପକ୍ଷରେ ପଡୋଶି ରାଜ୍ୟ ଆନ୍ଧ୍ରପ୍ରଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପଡୋଶି ଜିଲ୍ଲା ଗଞ୍ଜାମରେ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ସଙ୍କ୍ରମିତଙ୍କ ସଂଖ୍ୟା ତାକୁ ଦୃଷ୍ଟିରେ ରଖି ସୀମାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ତଥାପି ପଡୋଶି ଆନ୍ଧ୍ରପ୍ରଦେଶ ଓ ଗଞ୍ଜାମ ଜିଲ୍ଲାର ବ୍ୟବସାୟୀ ଆସି ହାଟରେ ପସରା ମେଲିଛନ୍ତି , ତାହାବି ସରକାର ନିୟମକୁ ନମାନି ସାମାଜିକ ଦୂରତା ରକ୍ଷା ନକରିବା ମାସ୍କ ପିନ୍ଧୁ ନଥିଵା ହେତୁ ସଙ୍କ୍ରମଣ ଆଶଙ୍କା ଅଧିକ ସେଥିପାଇଁ ଅଧିକ ସଚେତନ କରିବା ଆବଶ୍ୟକ ରହିଛି। ସେପଟେ ପୋଲିସର ଅଧିକାରୀ ହାଟ ନିକଟରେ ଉପସ୍ଥିତ ରହି ସୁଧା ତାଗିଦ ନକରିବା ହେତୁ ହାଟରେ ଦୀର୍ଘ ସମୟ ଧରି ଭିଡ ଲାଗି ରହିଥିଲା କିନ୍ତୁ ହାଟରେ ନିୟୋଜିତ ହୋଇଥିବା ଅଧିକାରୀ କାହାକୁ ବାରଣ କରିନଥିଲେ। ଫଳରେ ସାପ୍ତାହିକ ହାଟ ଯୋଗୁଁ ଅଧିକ ସଙ୍କ୍ରମିତ ଆଶଙ୍କା ରହିଛି ବେଳ ଥାଉ ଥାଉ ବନ୍ଧ ବାନ୍ଧିଲା ଭଳି ଆଗାମୀ ସାପ୍ତାହିକ ହାଟ ପାଇଁ ଅନୁମତି ଦେବା ପୁର୍ବରୁ ଏସବୁକୁ ଧ୍ୟାନ ଦେବା ଆବଶ୍ୟକ ରହିଛି।

LEAVE A REPLY

Please enter your comment!
Please enter your name here