ସୁନାମଧନ୍ୟ ଶିଶୁସାହିତ୍ୟିକ, କବି,ଗାଳ୍ପିକ ସଂଗଠକ ଦିଲ୍ଲୀପ ଚୌଧୁରୀ ଙ୍କ ଅକାଳ ବିୟୋଗରେ ଶୋକ।

0
187

 

ବ୍ରହ୍ମପୁର,୧୨/୦୫/୨୦୨୦( ବ୍ୟୁରୋ ରିପୋର୍ଟ) ଜଣେ ଜଣାଶୁଣା
ଶିଶୁ ସାହିତ୍ୟିକ, ଗାଳ୍ପିକ କବି ତଥା ସାମାଜିକ କର୍ମୀ ସଂଗଠକ ରୂପେ ପରିଚିତ ଦିଲ୍ଲୀପ ଚୌଧୁରୀ ଙ୍କ
ଅକାଳ ବିୟୋଗରେ ଗଭୀର ଶୋକ ସହ ଶ୍ରଦ୍ଧାଞ୍ଜଳି
ଅର୍ପଣ କରାଯାଇଛି। ସେ ଶିଶୁ ସାହିତ୍ୟ ବିକାଶ ପରିଷଦ ର ସଂଗଠନ ସଂପାଦକ ସହ ଅନ୍ୟାନ୍ୟ ଅନେକ ସାରସ୍ବତ ଅନୁଷ୍ଠାନ ତଥା ସାମାଜିକ ସଂଗଠନ ସହ ଜଡିତ ଥିଲେ । ବିଶେଷ କରି ତାଙ୍କ
ଶିଶୁ ସାହିତ୍ୟ ରଚନା ବେଶ ଉତ୍କୃଷ୍ଟ ଥିଲା।ସେ ଜଣେ
ବନ୍ଧୁ ବତ୍ସଳ ସ୍ନେହୀ ମିଷ୍ଟଭାଷୀ ମେଳାପୀ ତଥା ଭଲ
ସଂଗଠକ ଥିଲେ।ତାଙ୍କ ଅକାଳ ବିୟୋଗ ରେ ଶିଶୁ ସାହିତ୍ୟ ବିକାଶ ପରିଷଦ, ଗଞ୍ଜାମ ଜିଲ୍ଲା ଲେଖକ
ସାମ୍ମୁଖ୍ୟ, ଲେଖିକା ସାମ୍ମୁଖ୍ୟ,ତରଫରୁ କବିଶ୍ରୀ
ଅଭିରାମ ପଣ୍ଡା, ପ୍ରଫେସର ଡ.ରବିନାରାୟଣ ମିଶ୍ର,
ପ୍ରଫୁଲ୍ଲ ଚନ୍ଦ୍ର ରାଉତ,ଦୀନବନ୍ଧୁ ଶ୍ରୀପଲ୍ଲବ, ହାଡିବନ୍ଧୁ ମାଳି,ଶ୍ରୀମତୀ ସ୍ବର୍ଣପ୍ରଭା ମିଶ୍ର ,ସ୍ବର୍ଣ ପ୍ରଭା ପାଢ଼ୀ , ଡ.ସୂଚନା ପାଢୀ ଡ.ଜୟନ୍ତୀ ରାଣୀ ପଣ୍ଡା,ବିଜୟ ଚନ୍ଦ୍ର ନନ୍ଦ, ରଘୁନାଥ ପାଇକ,ସୁଦାମ ପାଣିଗ୍ରାହୀ
ଦେବୀ ପ୍ରସାଦ ମହାପାତ୍ର,ଶ୍ରୀମତୀ ପଦ୍ମିନୀ ମିଶ୍ର, ଶ୍ରୀମତୀ ଜ୍ୟୋତ୍ସ୍ନା ରାଣୀ ପଣ୍ଡା ପ୍ରମୁଖ ଭିଡିଓ ବାର୍ତ୍ତା ମାଧ୍ୟମରେ ଶୋକ ଶ୍ରଦ୍ଧାଞ୍ଜଳି ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

LEAVE A REPLY

Please enter your comment!
Please enter your name here