ଭଞ୍ଜନଗର, ୧୯/୦୫/୨୦୨୦: ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ଙ୍କ ଉଦ୍ୟମ କ୍ରମେ ଭଞ୍ଜନଗର ବ୍ଲକ ଡିହପଡାଳ ପଂଚାୟତ ତୁଳସୀପଲ୍ଲୀ ନିକଟରେ ରହୁଥିବା ଛତିଶଗଡ ରାଜ୍ୟର ୨୪ ଜଣଙ୍କୁ ବସ ଯୋଗେ ଭିଟା ମାଟିକୁ ପଠାଯାଇଛି | ଗତକାଲି ଉପଜିଲ୍ଲାପାଳ ଖବର ପାଇଁ ରହୁଥିବା ସ୍ଥାନକୁ ଯାଇ ସେମାନଙ୍କ ସହ ଆଲୋଚନା କରି ତଥ୍ୟ ସଂଗ୍ରହ କରିଥିଲେ | ଆଜି ୧୧ ଘଟିକା ସମୟରେ ବସ ଯୋଗେ ସାଥିରେ ବ୍ରେଡ, କଦଳୀ ଦେଇ ପଠାଇ ଦେଇଛନ୍ତି | ଉପଜିଲ୍ଲାପାଳ ଙ୍କ ଏପରି ମହାନତାକୁ ଦେଖି ସେମାନେ ପ୍ରଶଂସା କରିଥିଲେ | ସୂଚନା ଯେ. ଭଞ୍ଜନଗର ର ଐତିହାସିକ ପର୍ବ ଠାକୁରାଣୀ ଯାତ୍ରାରେ ଚୁଡି ବ୍ୟବସାୟ କରିବା ଲକ୍ଷ୍ୟ ନେଇ ସୁଦୂର ଛତିଶଗଡ ରୁ ଆସିଥିଲେ | କିନ୍ତୁ କରୋନା ପାଇଁ ସବୁ କିଛି ବନ୍ଦ ହେବା ଯୋଗୁଁ ଆଉ ଫେରିପାରିଲେଣି | ବହୁତ ଦୁଃଖ କଷ୍ଟରେ ଜୀବନ କାଟୁଥିଲେ | ଉପଜିଲ୍ଲାପାଳଙ୍କ ସହ ଉପଖଣ୍ଡ ପଂଚାୟତ ଅଧିକାରୀ ପ୍ରହଲ୍ଲାଦ ପ୍ରଧାନ ଉପସ୍ଥିତ ଥିଲେ ।
ରିପୋର୍ଟ: ରବିନ୍ଦ୍ରପ୍ରଧାନ |