ସାଇକଲରେ ବେଙ୍ଗଲୋର ରୁ ଫେରିଲେ ତିନି ପ୍ରବାସୀ ଓଡିଆ ଯୁବତୀ

0
272

 

ଶେରଗଡ,୧୯/୦୫/୨୦୨୦:ବେଙ୍ଗଲୋର ରୁ ତିନି ଯୁବତୀ ପ୍ରବାସୀ ଓଡିଆ ସାଇକଲରେ ଦୀର୍ଘ ୧୪ଶହ କିଲୋମିଟର ପଥ ଅତିକ୍ରମ କରି ନିଜ ଭିଟାମାଟିରେ ପହଂଚିଛନ୍ତି।ଏଥିପାଇଁ ସେମାନଙ୍କୁ ନଅଦିନ ସାଇକେଲ ଚାଳନା ଦିନକୁ ୧୫୦ ରୁ ୨୦୦ କିଲୋମିଟର କରିବାକୁ ପଡିଥିଲା।ରାସ୍ତା ଯାହା କିଛି ମିଳୁଥିଲା ଖାଉଥିଲେ ନତୁବା ଭୋକ ଉପାସରେ ସାଇକଲରେ ଆସିବାକୁ ପଡୁଥିଲା ବୋଲି ସେମାନେ ଦୁଃଖ ଓ କୋହଭରା କଣ୍ଠରେ କହିଥିଲେ।ଏହି ତିନି ଜଣ ଯୁବତୀ ହେଲେ ସବିତା ବିଷୋଇ(୪୧)ଲକ୍ଷ୍ମୀ ପ୍ରଧାନ (୨୩)ସାଗରୀକା ନାୟକ(୨୫), ଏମାନଙ୍କ ସହ ଆଉ ୧୦ଜଣ ଯୁବକ ମଧ୍ଯ ସାଇକଲ ରେ ଆସିଛନ୍ତି।ପ୍ରଶାସନ ପକ୍ଷରୁ ଏମାନଙ୍କୁ ଶେରଗଡ ବ୍ଲକର ହରିକୃଷ୍ଣପୁର ପ୍ରାଥମିକ ବିଦ୍ଯାଳୟ ସଂଗରୋଧ ଗୃହରେ ଗତକାଲି ଠାରୁ ରଖାଯାଇଛି।

ରିପୋର୍ଟ: ଡାକ୍ତର ହୃଷୀକେଶ ମହାନ୍ତି

LEAVE A REPLY

Please enter your comment!
Please enter your name here