ଗଞ୍ଜାମ, ୨୧/୦୫/୨୦୨୦(ଟୁକୁନା ପ୍ରଧାନ) ଆଜି ଭୋର ୩ ଟା ସମୟରେ ଅଙ୍ଗାରଗାଁ ସରପଞ୍ଚ ସରୋଜ କୁମାର ସାହୁଙ୍କ ବାପା ରମେଶ ଚନ୍ଦ୍ର ସାହୁଙ୍କ ପରଲୋକ ହୋଇଯାଇଛି l ସେ ଜଣେ ସମାଜ ସେବୀ ସହ ପରୋକ୍ଷ ରାଜନୀତିରେ ଜଡିତ ଥିଲେ l ଏହା ସହ ସେ ଅଙ୍ଗାରଗାଁ ସେବା ସମବାୟ ସମିତି ର ପୂର୍ବତନ ସଭାପତି ଥିଲେ l ସେ ଏକ ମାସ ହେବ ଶଯ୍ୟାଶାୟି ଥିଲେ l ମୃତ୍ୟୁ ବେଳେକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା l ସେ ଜଣେ ପରୋପକାରୀ ତଥା ମିଷ୍ଟଭାଷୀ ମଣିଷ ଥିଲେ l ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଦୁଇ ପୁଅ, ବୋହୂ, ଝିଅ, ଜ୍ୱାଇଁ ସମେତ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ l ମୃତ୍ୟୁ ଖବର ପାଇବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ତଥା ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଙ୍କ ସମେତ ବହୁ ଲୋକ ଆସି ଶେଷ ଦର୍ଶନ କରିଥିଲେ l ତାଙ୍କ ମର ଶରୀର କୁ ସାମାଜିକ ଦୂରତ୍ୱ ରକ୍ଷାକରି ଏକ ପଟୁଆରରେ ଗ୍ରାମ ପରିକ୍ରମା କରି ନିଜ ତୋଟା ରେ ସଂସ୍କାର କରାଯାଇଥିଲା lତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l