ଜୁଲାଇ ଶେଷ ସୁଦ୍ଧା ବାହାରିବ ମ୍ୟାଟ୍ରିକ୍‌ ରେଜଲ୍ଟ ।

0
193

ଭୂବନେଶ୍ୱର,୨୧/୦୫/୨୦୨୦(ବ୍ୟୁରୋ ରିପୋର୍ଟ) ଜୁଲାଇ ଶେଷ ସୁଦ୍ଧା ବାହାରିବ ମ୍ୟାଟ୍ରିକ ପରୀକ୍ଷା ଫଳ। ବୋର୍ଡ କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କଠାରୁ ଏହି ପ୍ରତିଶ୍ରୁତି ମିଳିବା ପରେ ମ୍ୟାଟ୍ରିକ୍‌ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦୂର ହୋଇଛି।

ମହାମାରୀ ‘କରୋନା’ ପାଇଁ ଚଳିତବର୍ଷ ମ୍ୟାଟ୍ରିକ୍‌ ଖାତା ମୂଲ୍ୟାୟନକୁ ନେଇ ଅନିଶ୍ଚିତତା ଲାଗି ରହିଥିଲା। ତେବେ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ମେ’ ୨୦ ତାରିଖରୁ ଖାତା ଦେଖା ଆରମ୍ଭ କରିବେ ବୋଲି ସ୍ଥିର କରିଥିଲେ। ହେଲେ ଅସମୟରେ ବାତ୍ୟା ‘ଅମ୍ଫାନ’ ମାଡ଼ି ଆସିଲା। ଯେଉଁଥିପାଇଁ ଖାତା ମୂଲ୍ୟାୟନକୁ ଘଞ୍ଚାଇଲେ ରାଜ୍ୟ ସରକାର। ବାତ୍ୟା ଗଲା ପରେ ପୁଣି ଏକ ତାରିଖ ଘୋଷଣା କରାଯିବ। ଆଜି କିମ୍ୱା କାଲି ସନ୍ଧ୍ୟା ସୁଦ୍ଧା ଖାତା ମୂଲ୍ୟାୟନ ପାଇଁ ତାରିଖ ଘୋଷଣା ହୋଇପାରେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଖାତା ମୂଲ୍ୟାୟ ହେବ ବୋଲି ଗଣଶିକ୍ଷାମନ୍ତ୍ରୀ ଶ୍ରୀ ଦାଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here