ଥାନା ବାବୁଙ୍କ ମାନବିକତା । ବାଇକ୍ ଦୁର୍ଘଟଣାରେ ମୂର୍ମୂଷ ଦମ୍ପତିଙ୍କୁ ଥାନା ଗାଡ଼ିରେ ପଠେଇଲେ ଏମ୍ କେ ସି ଜି

0
223

ବ୍ରହ୍ମପୁର, ୨୧/୦୫/୨୦୨୦:
ଦିଗପହଣ୍ଡି ଥାନାର ଦାୟିତ୍ଵ ଗ୍ରହଣ ପରଠାରୁ ଚର୍ଚ୍ଚାରେ ରହୁଥିବା ଥାନା ଅଧିକାରୀ ଶ୍ରୀ ବସନ୍ତ କୁମାର ସେଠୀ ଆଜି ନିଜ କର୍ତ୍ୟବ୍ୟଗତ ମାନବିକତାର ପ୍ରଦର୍ଶନ କରିଛନ୍ତି ।ଘନଘନ ଚଢ଼ାଉ ଧର ପଗଡ କରି ଅଞ୍ଚଳ ଅବୈଧ ମଦ ମାଫିଆଙ୍କ ମନରେ ଶଙ୍କା ଭାରିଥିବା ବେଳେ ଅସାମାଜିକ ଗୋଷ୍ଠୀଙ୍କ ପାଇଁ ବୁମେରା ସଦୃଶ୍ୟ ଭାବ ଯୋଗୁଁ ଭାରି ପଡୁଥିବା ଚର୍ଚ୍ଚା ଧରିଅଛି ।ସେବା ମନୋବୃତ୍ତିର ଉଦ୍ରେକରେ କୋଭିଡ୍-୧୯ କାର୍ଯ୍ୟକ୍ରମରେ ଜନ ସଚେତନା ,ରୁକ୍ଷ ଆଇନ ଶୃଙ୍ଖଳା ସ୍ଥିତି ପରିଚାଳନା କରି ଥାନା ଅଞ୍ଚଳରେ ଶାନ୍ତିର ସୁରାକ ଆଣିବାକୁ ପ୍ରଚେଷ୍ଟାରେ ଥିବା ଥାନା ଅଧିକାରୀଙ୍କ କର୍ତ୍ତବ୍ୟ ନିଷ୍ଟତା ସହ ମାନବିକତା କୁ ନେଇ ଆଜି ପୁଣି ଆଲୋଚ୍ୟ ବିଷୟ ହୋଇଅଛି ।

ସୂଚନା ପ୍ରକାରେ ଆଜି ଅପରାହ୍ନରେ ଦିଗପହଣ୍ଡି – ବ୍ରହ୍ମପୁର ରାସ୍ତାରେ କୌଣସି ଦୁର୍ଘଟଣାରେ ସମ୍ମୁଖୀନ ହୋଇ ଜନୈକ ବାଇକ୍ ଆରୋହୀ ଦମ୍ପତି ଆଘାତ ପାଇ ରକ୍ତାକ୍ତ ଭାବେ ଯନ୍ତ୍ରଣାରେ ଛଟ ପଟ ହେଉଥିବା ବେଳେ ଆଗନ୍ତୁକ ଓ ସ୍ଥାନୀୟ ବାସିନ୍ଦା ଉଦ୍ଧାର କରି ଚିକିତ୍ସା ପାଇଁ ଆମ୍ବୁଲାନ୍ସ କିମ୍ବା ଗାଡ଼ିର ବ୍ୟବସ୍ଥାରେ ମ୍ରିୟମାଣ ରେ ରହିଥିଲେ ।ଠିକ୍ ସମୟରେ ଦିଗପହଣ୍ଡି ଥାନା ଗାଡ଼ି ଦେବଦୂତ ଭଳି ଘଟଣାସ୍ଥଳରେ ପହଞ୍ଚି ଥାନା ଅଧିକାରୀଙ୍କ ଦ୍ବାରା ସରଜମିନ ତଦନ୍ତ ସହିତ ଥାନା ଗାଡ଼ିରେ ଆହତ ଦମ୍ପତିଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନା ଆଶୁ ଚିକିତ୍ସା ପାଇଁ ପଠାଯାଇଥିଲା ।
ସୀମିତ ସମୟ ଅବଧିରେ ହଟାତ୍ ସବୁ ଘଟଣା ଘଟିଯାଇଥିବା କାରଣରୁ
ଥାନାଧିକାରୀ ଶ୍ରୀ ସେଠୀଙ୍କୁ ଉପସ୍ଥିତ ଜନତା ଦେବଦୂତଙ୍କ ସହ ତୁଳନା କରି ଚିର ଆଶୀର୍ବାଦ ପ୍ରଦାନ କରୁଥିବାର ଦେଖିବାକୁ ମିଳିଥିଲା ।

ସନ୍ତୋଷ କୁମାର ଦାଶ ଙ୍କ ରିପୋର୍ଟ

LEAVE A REPLY

Please enter your comment!
Please enter your name here