“ଆସନ୍ତୁ ଗଢିବା ରକ୍ତ ସମ୍ପର୍କ” ଅଭିଯାନ ର ସପ୍ତମ ରକ୍ତ ଦାନ ଶିବିର ଅନୁଷ୍ଠିତ

0
177

 

ବ୍ରହ୍ମପୁର, ୨୩/୦୫/୨୦୨୦(ବ୍ୟୁରୋ ରିପୋର୍ଟ) ସହର ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ” ବ୍ରହ୍ମପୁର ସବୁଜ ବାହିନୀ”, ଆଞ୍ଚଳିକ ବିକାଶ ପରିଷଦ ଏବଂ ମାରୱାଡି ମହିଳା ସମିତି ର ମିଳିତ ଅନୁକୂଲ୍ୟ ରେ ଆଜି ସପ୍ତମ ଥର ପାଇଁ “ଆସନ୍ତୁ ଗଢିବା ରକ୍ତ ସମ୍ପର୍କ” ନାମକ ରକ୍ତ ଦାନ ଶିବିର ବ୍ରହ୍ମପୁର ରକ୍ତ ଭଣ୍ଡାର ପରିସରରେ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ କରୋନା ମହାମାରୀ ପ୍ରଭାବ ରୁ ରକ୍ତ ଭଣ୍ଡାର ରେ ରକ୍ତ ଘୋର ଅଭାବ ଦେଖାଯାଇଛି ରୋଗୀ ମାନେ ଘୋର ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ।ବିଶେଷ ଭାବେ ଗର୍ଭବତୀ ମହିଳା ଓ ଥାଲାସେମିଆ ରୋଗୀ ମାନେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଏହି ଅସୁବିଧାକୁ କିଛି ମାତ୍ରାରେ ହ୍ରାସ କରିବାପାଇଁ ଏହି ନିଆରା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।ବିଭିନ୍ନ ଅନୁଷ୍ଠାନ ତଥା ସ୍ବେଚ୍ଛାସେବୀ ମାନଙ୍କୁ ରକ୍ତ ଦାନ କରିବା ପାଇଁ ଅନୁରୋଧ କରାଯାଉଛି । ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉର୍ଦ୍ଦେଶ୍ୟ ହେଉଛି ନୂତନ ରକ୍ତ ଦାତା ସୃଷ୍ଟି କରିବା ଏବଂ ରକ୍ତଦାତାମାନେ ରକ୍ତଦାନ କେନ୍ଦ୍ରକୁ ଆସି ରକ୍ତ ଦାନ କରିବେ । ଆଜିର ଶିବିର ରେ ସମୁଦାୟ ସତର ଗୋଟି ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ସମୁଦାୟ ସାତ ଗୋଟି ଶିବିରରେ ସତାନାବେ ଗୋଟି ୟୁନିଟ ରକ୍ତ ସଂଗ୍ରହ ହୋଇଛି l ଏହି କାର୍ଯ୍ୟକ୍ରମ ରେ
ସବୁଜ ବାହିନୀ ର ସଭାପତି ଶିବରାମ ପାଣିଗ୍ରାହୀ ଓ ମାରୱାଡି ମହିଳା ସମିତି ର ସମ୍ପାଦିକା ରୁବି ଖେମୁନି, ଦୀପକ କୁମାର ପାତ୍ର ,ସତ୍ୟ ନାରାୟଣ ଦାସ,ସୁଶୀଲ କୁମାର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଶ୍ବ ବ୍ୟାପି କରୋନା ମହାମାରୀ ପ୍ରଭାବ ଥିଲା ବେଳେ ଏଭଳି ନିଆରା ରକ୍ତ ଦାନ ଶିବିର ଆୟୋଜିତ କରି ରକ୍ତ ଅଭାବ କୁ ଦୂରକରିବା ପ୍ରୟାସ କୁ ସାଧାରଣ ମହଲରେ ପ୍ରଶଂସା କରାଯାଇଛି l

LEAVE A REPLY

Please enter your comment!
Please enter your name here