ଦିଗପହଣ୍ଡି,୨୪/୦୫/୨୦୨୦-(ଗଦାଧର ଶୁକ୍ଳ) ଗତ ୩ ତାରିଖ ରେ ଦିଗପହଣ୍ଡି ର ଦୁଇଟି ସଂଘ ରୋଧ କେନ୍ଦ୍ର କୁ ଆସିଥିବା ୪୩୦ ଜଣ ପ୍ରବାସୀ ଓଡ଼ିଆ ଙ୍କୁ ୪ ଟି ବସ୍ ଯୋଗେ ନିଜ ନିଜ ବ୍ଲକ୍ ଅଞ୍ଚଳ କୁ ପଠାଇ ଥିବା ସୁଚନା ମିଳିଛି । ଦିଗପହଣ୍ଡି ନିକଟ ସିଧେସ୍ୱର ଠାରେ ରହିଥିବା ଆଦର୍ଶ ବିଦ୍ୟାଳୟ ଓ ଛାତ୍ର। ବାସ ରେ ୨୩୨ ଜଣ ପ୍ରବାସୀ ଙ୍କୁ ପ୍ରଥମେ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନିଜ ନିଜ ବ୍ଲକ୍ କୁ ବସ୍ ଯୋଗେ ପଠା ଗଲା । ଅପରାହ୍ନ ସମୟ ରେ ଗୋକର୍ଣପୁର ଜାତି ଓ ଜନଜାତି ଛାତ୍ରୀ ନିବାସ ରେ ରହୁ ଥିବା ୧୯୮ ଜଣ ପ୍ରବାସୀ ଙ୍କୁ ଯଥା କ୍ରମେ ସେରଗଡ଼ , ଆସିକା , ବେଲଗୁଣ୍ଠା , ଭଞ୍ଜନଗର , ଧରାକୋଟ , ଏପରି ପ୍ରାୟ ୨୧ ଟି ବ୍ଲକ୍ ଅଞ୍ଚଳ ର ବାସିନ୍ଦା ଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ପଠାଇ ଥିବା ସୁଚନା ଦେଇ ଛନ୍ତି ଦିଗପହଣ୍ଡି ଵିଡ଼ିଓ ହଳଧର ଶବର । ଏତତ ବ୍ୟତିତ ସେମାନେ ନିଜ ନିଜ ଘରେ ଅତିରିକ୍ତ ୭ ଦିନ ସଂଘ ରୋଧ ରେ ରହିବା ପାଈଁ ଅନୁମତି ଦିଆଗଲା । ସିଦ୍ଦେଶ୍ବର ଆଦର୍ଶ ବିଦ୍ୟାଳୟ ରେ ଦୀର୍ଘ ୨୧ ଦିନ ରହି ଆସୁଥିବା ପ୍ରବାସୀ ମାନଂକ ଦାୟିତ୍ୱ ନେଇଥିବା ସରପଞ୍ଚ ବନିତା କୁମାରୀ ସ୍ବାଇଁ,ସରୋଜ କୁମାର ଜେନା , ତପନ ବଳିଆର ସିଂ , କ୍ଷୀରୋଦ କାନ୍ତ ମହାପାତ୍ର , ନୋଡାଲ ଅଫିସର ସଂଗ୍ରାମ ଆଚାର୍ଯ୍ୟ , ସହକାରୀ ନୋଡାଲ ଅଫିସର ଧୀରେନ ସ୍ବାଇଁ , ସ୍ବେଛାସେବୀ ଲକ୍ଷ୍ମୀ ନାରାୟଣ ଦୋରା , ଯୀଶୁକ୍ରୀଷ୍ଣା ସେନାପତି , ସନ୍ତୋଷ ଭୂୟାଁ , ନୟନ ମହାପାତ୍ର ଶିବ ସ୍ବାଇଁ , ଦୀପକ ସ୍ବାଇଁ ପ୍ରମୁଖ ସହଯୋଗ କରି ଥିଲେ ।