ଅାନ୍ତର୍ଜତୀୟ ମାନବାଧିକାର କାଉସିଲିଂ ପକ୍ଷରୁ ୫୦୦ ଗରିବ ଅସହାୟ ଲୋକଙ୍କୁ ରିଲିଫ ବଣ୍ଟନ ।

0
247

ଭଞ୍ଜନଗର,୨୪/୦୫/୨୦୨୦:-ଗଞ୍ଜାମ ଜିଲ୍ଲା ଅନ୍ତର୍ଜାତୀୟ ମାନବାଧିକାର କାଉସିଲିଂ ପକ୍ଷରୁ କରୋନାକୁ ନେଇ ଗରିବ ଅସହାୟ ଲୋକଙ୍କୁ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ ରବିବାର କରାଯାଇଥିଲା । ଭଞ୍ଜନଗର ବ୍ଲକ ଅଧିନ, କୁଲାଡ ସ୍ଥିତ ହରିଜନ ବସ୍ତି ନୂଆ ସାହି, ରଘୁନାଥ ମନ୍ଦିର ସାହି ଓ ବାରୁଡା ପଞ୍ଚାୟତ ର ବୋରିବନ୍ଧ  ଗ୍ରାମର ୫୦୦ ଗରିବ ପରିବାର କୁ ପିନ୍ଧିବା ପାଇଁ ମାସ୍କ, ହାତ ଧୋଇବା କୁ ସାବୁନ୍, ବିସ୍କୁଟ ଓ ବ୍ରେଡ୍ ଖାଦ୍ୟ ସାମାଜିକ ଦୁରତ୍ଵ ବଜାୟ ରଖି ବଣ୍ଟନ କରାଯାଇଥିଲା। କିଛି ଓଡ଼ିଆ ପ୍ରବାସୀ ମାନଙ୍କୁ ମଧ୍ୟ ଭଂଜନଗର ବସ୍ ରହଣି ସ୍ଥଳ ଥରେ ଭେଟ କରି ଉକ୍ତ ସାମଗ୍ରୀ ଗୁଡିକ ବଣ୍ଟନ କରାଯାଇଥିଲା ।ଏଥିସହ ବାରୁଡ଼ା ଗ୍ରାମ ନିବାସୀ ସ୍ଵର୍ଗତ ସତ୍ୟବାନ୍ ସ୍ୱାଇଁ ଙ୍କ ପରିବାର ସହ ଆଲୋଚନା କରି  ତାଙ୍କୁ ମାନବାଧିକାର ତରଫରୁ ୫୦୦୦ ଟଙ୍କା ସାହାଯ୍ୟ ରାଶି ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଅନ୍ତରଜାତୀୟ ମାନବାଧିକାର କମିଶନର ଗଞ୍ଜାମ ଜିଲ୍ଲାର ପ୍ରମୁଖ ଶ୍ରୀଯୁକ୍ତ ସୁବ୍ରୋତ କୁମାର ନାୟକ, କାର୍ଯ୍ୟକାରୀ ପ୍ରମୁଖ ଶ୍ରୀଯୁକ୍ତ ମନୋରଞ୍ଜନ ସାହୁ, ସମ୍ପାଦକ ସନ୍ତୋଷ କୁମାର ହୋତା ଓ ସୌମେନ୍ଦ୍ର ମହାନ୍ତି, ସହ ସମ୍ପାଦକ ଅଖିଳ ପ୍ରଧାନ, ଦକ୍ଷିଣ ଓଡ଼ିଶା ର ସହ ସଭାପତି, ପ୍ରବୀଣ କୁମାର ରାଉଳ, ମହିଳା ସଭାପତି ଶ୍ରୀମତୀ ସୁମିତ୍ରା କୁମାରୀ, ମହିଳା ସହ ସମ୍ପାଦକ ଶ୍ରୀମତୀ ରୁନା ପାଣିଗ୍ରାହୀ ଙ୍କ ସହ ଅାନ୍ତର୍ଜାତିୟ ମାନବାଧିକାର ର ଅନ୍ୟ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

ରିପୋର୍ଟ: ରବିନ୍ଦ୍ରପ୍ରଧାନ

LEAVE A REPLY

Please enter your comment!
Please enter your name here