ବ୍ରହ୍ମପୁର, ୨୪/୦୫/୨୦୨୦(ବ୍ୟୁରୋ ରିପୋର୍ଟ) ବ୍ରହ୍ମପୁର ସବୁଜ ବାହିନୀ, ଆଞ୍ଚଳିକ ବିକାଶ ପରିଷଦ, ମାରୱାଡି ମହିଳା ସମିତି ର ମିଳିତ ଅନୁକୂଲ୍ୟ ରେ ଆଜି ଅଷ୍ଟମ ଥର ପାଇଁ “ଆସନ୍ତୁ ଗଢିବା ରକ୍ତ ସମ୍ପର୍କ ” ନାମକ ରକ୍ତ ଦାନ ଶିବିର ବ୍ରହ୍ମପୁର ରକ୍ତ ଭଣ୍ଡାର ପରିସରରେ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ କରୋନା ମହାମାରୀ ପ୍ରଭାବ ରୁ ରକ୍ତ ଭଣ୍ଡାର ରେ ରକ୍ତ ଘୋର ଅଭାବ ଦେଖାଯାଇଛି ରୋଗୀ ମାନେ ଘୋର ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ।ବିଶେଷ ଭାବେ ଗର୍ଭବତୀ ମହିଳା ଓ ଥାଲାସେମିଆ ରୋଗୀ ମାନେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଏହି ଅସୁବିଧାକୁ କିଛି ମାତ୍ରାରେ ହ୍ରାସ କରିବାପାଇଁ ଏହି ନିଆରା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।ବିଭିନ୍ନ ଅନୁଷ୍ଠାନ ତଥା ସ୍ବେଚ୍ଛାସେବୀ ମାନଙ୍କୁ ରକ୍ତ ଦାନ କରିବା ପାଇଁ ଅନୁରୋଧ କରାଯାଉଛି । ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉର୍ଦ୍ଦେଶ୍ୟ ହେଉଛି ନୂତନ ରକ୍ତ ଦାତା ସୃଷ୍ଟି କରିବା ଏବଂ ରକ୍ତଦାତାମାନେ ରକ୍ତଦାନ କେନ୍ଦ୍ରକୁ ଆସି ରକ୍ତ ଦାନ କରିବେ । ଆଜିର ଶିବିର ରେ ସମୁଦାୟ ଏଗାର ଗୋଟି ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ସମୁଦାୟ ଆଠ ଗୋଟି ଶିବିରରେ ଏକଶହ ଆଠ ଗୋଟି ୟୁନିଟ ରକ୍ତ ସଂଗ୍ରହ ହୋଇଛି l ଏହି କାର୍ଯ୍ୟକ୍ରମ ରେ
ସବୁଜ ବାହିନୀ ର ସଭାପତି ଶିବରାମ ପାଣିଗ୍ରାହୀ ,ସତ୍ୟ ନାରାୟଣ ଦାସ,ସୁଶୀଲ କୁମାର, ବିଷ୍ଣୁ ପ୍ରସାଦ ଦାସ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଶ୍ବ ବ୍ୟାପି କରୋନା ମହାମାରୀ ପ୍ରଭାବ ଥିଲା ବେଳେ ଏଭଳି ନିଆରା ରକ୍ତ ଦାନ ଶିବିର ଆୟୋଜିତ କରି ରକ୍ତ ଅଭାବ କୁ ଦୂରକରିବା ପ୍ରୟାସ କୁ ସାଧାରଣ ମହଲରେ ପ୍ରଶଂସା କରାଯାଇଛି l