ବ୍ରହ୍ମପୁର,୨୪\୫\୨୦ କୁକୁଡା ଖଣ୍ଡି ବ୍କକ ର ସଂଗରୋଧ କେନ୍ଦ୍ରରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କ ର ରୋଟେସନ ଭିତିରେ କାର୍ଯ୍ଯ କରିବାକୁ ଦିଆଯାଉନାହିଁ।ସ୍କୁଲ ରେ ଯେତିକି ଶିକ୍ଷକ,ଶିକ୍ଷୟତ୍ରୀ ନିଯୁକ୍ତି ପାଇଛନ୍ତି,ସେମାନଙ୍କୁ ଭାଗବାଣ୍ଟି ଦିନଧାର୍ଯ୍ଯ କରିବାକଥା।କିନ୍ତୁ କୁକୁଡାଖଣ୍ଡି ବିଇଓ ଆର୍ ଜଗଦୀଶ ଏଥିପାଇଁ ଗୁରୁତ୍ୱ ଦେଇନଥିବା ଜଣାପଡିଛି।ରତ୍ନପୁର ପ୍ରାଥମିକ ବିଦ୍ଯାଳୟ ରେ ପ୍ରାୟ ସାତଜଣ ଶିକ୍ଷୟତ୍ରୀ ନିଯୁକ୍ତି ପାଇଥିବା ବେଳେ ଏବଂ,ଏସ୍ଏମଆଇଟି ସଂଗରୋଧ କେନ୍ଦ୍ର ରେ ୧୨୯ ପ୍ରବାସୀ ରହିଥିବା ବେଳେ ପ୍ରାରମ୍ଭ ରୁ ହିଁ ମାତ୍ର ତିନିଜଣ ନିଦ୍ଦିଷ୍ଟ ଶିକ୍ଷୟତ୍ରୀ ଙ୍କୁ ଏହି କେନ୍ଦ୍ର ରେ କାର୍ଯ୍ଯକରିବାକୁ ନିୟୋଜିତ କରାଯାଇଥିବା ବେଳେ ଅନ୍ଯ ୪ଜଣ ଶିକ୍ଷୟତ୍ରୀ ଙ୍କୁ ଦାୟିତ୍ଵ ଦିଆଯାଇନାହିଁ।ଏଧରଣର ପ୍ରତ୍ଯେକ ବିଦ୍ଯାଳୟରେ ଶିକ୍ଷକ,ଶିକ୍ଷୟତ୍ରୀ ଙ୍କୁ ପାତରଅନ୍ତର ବ୍ଯବସ୍ଥା ଗ୍ରହଣ କରାଯାଇଥିବା ଜଣାପଡିଛି।