ଭୁବନେଶ୍ୱର, ୨୪/୦୫/୨୦୨୦(ବ୍ୟୁରୋ ରିପୋର୍ଟ)ରାଜ୍ୟରେ ଆସନ୍ତାକାଲି ଠାରୁ ବସ୍ ଚଳାଚଳ କରିବ ବୋଲି ସରକାର ଘୋଷଣା କରିଛନ୍ତି । ବିଭାଗୀୟ ମନ୍ତ୍ରୀ ପଦ୍ମନାଭ ବେହେରା ଓ ସାମ୍ବାଦିକ ସମ୍ମିଳନୀରେ ସ୍ବତନ୍ତ୍ର ରିଲିଫ୍ କମିଶନର ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ହେଲେ କେଇଘଣ୍ଟା ପରେ କାଲିଠାରୁ ବସ୍ ଚାଲିବ ନାହିଁ ବୋଲି କହିଛନ୍ତି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକ । ଏନେଇ ଘରୋଇ ବସ୍ ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ‘ସରକାର ଆମ ସହ ବସ୍ ଚାଲିବା ନେଇ ଆଲୋଚନା କରି ନାହାନ୍ତି। ଆମେ ଆଞ୍ଚଳିକ ସଂଘ ସହ ଏ ନେଇ ଆଲୋଚନା ମଧ୍ୟ କରିନାହୁଁ। ବର୍ତ୍ତମାନ ଆମ ପାଖରେ ଡ୍ରାଇଭର ଓ ହେଲ୍ପର ନାହାନ୍ତି । ଯଦି ବସ୍ ଚାଲେ ତେବେ ସମ୍ପୂର୍ଣ୍ଣ ମେ ମାସର ଟ୍ୟାକ୍ସ ଦେବାକୁ ହେବ। ଏହା ଦ୍ବାରା ବସ୍ ମାଲିକଙ୍କୁ କ୍ଷତି ସହିବାକୁ ପଡ଼ିବ। ସେଥିପାଇଁ କାଲି ବସ୍ ଚାଲିବ ନାହିଁ ବୋଲି ଦେବାଶିଷ ନାୟକ କହିଛନ୍ତି ।