ଭୁବନେଶ୍ବର,୨୫/୦୫/୨୦୨୦(ଆକାଶ ମିଶ୍ର ) ପୂର୍ବତନ ଡିଜିଙ୍କ ଇ-ମେଲ୍ ହ୍ୟାକ୍ ହେବା ଘଟଣା ସମ୍ପର୍କରେ କମିସନରେଟ୍ ପୁଲିସ ତଦନ୍ତ ଆରମ୍ଭ କରିଛି। ତେବେ କମିସନରେଟ୍ ପୁଲିସ ପାଖରେ ଆଉ ଏକ ସମାନ ଅଭିଯୋଗ ପହଞ୍ଚିଛି। ଜଣେ ପୂର୍ବତନ ଟାଣୁଆ ମନ୍ତ୍ରୀଙ୍କ ଇ-ମେଲ୍ ହାକିଂ ହୋଇଥିବା ଜଣାପଡିଛି। ଏନେଇ ପୂର୍ବତନ ମନ୍ତ୍ରୀ ଲିଖିତ ଭାବେ ଅଭିଯୋଗ କରି ନ ଥିଲେ ମଧ୍ୟ ଟେଲିଫୋନ୍ ଯୋଗେ ବରିଷ୍ଠ ଅଧିକାରୀଙ୍କୁ ଜଣାଇଛନ୍ତି। ରାଜଧାନୀରେ ଇ-ମେଲ୍ ହାକିଂ ନେଇ ଦୁଇଟି ଘଟଣା ଆସିବା ପରେ ଏବେ ସାଇବର ଅପରାଧୀମାନେ ଅଧିକ ସକ୍ରିୟ ହୋଇପଡିଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ପୂର୍ବତନ ଡିଜି ବି ବି ମିଶ୍ରଙ୍କ ଇ-ମେଲ୍ ହାକରମାନେ ଯଦିଓ ତାଙ୍କୁ ଟଙ୍କା ମାଗିଥିଲେ ତେବେ ଏହାର କୌଣସି ଦୁରୁପଯୋଗ କରି ନ ଥିବା ଜଣାପଡିଛି। ସେ ଏହା ମଧ୍ୟରେ ତାଙ୍କ ପାସ୍ୱର୍ଡ ପରିବର୍ତ୍ତନ କରିଦେଇଛନ୍ତି। ତଥାପି ଏହି ଘଟଣାର ତଦନ୍ତ ଚାଲିିଥିବା ନୂଆପଲ୍ଲୀ ଥାନା ଅଧିକାରୀ ଅରୁଣ କୁମାର ସ୍ବାଇଁ ସୂଚନା ଦେଇଛନ୍ତି। ‘ୟାହୁ’ ନିକଟକୁ ଖୁବ୍ଶୀଘ୍ର ପତ୍ର ଲେଖାଯିବ ବୋଲି ଜଣାପଡିଛି।