ପ୍ରଶାସନ ଦ୍ବାରା ଭବ୍ୟ ସମ୍ବର୍ଦ୍ଧନା ପାଇ ଗୌଡଗାଁ ପଞ୍ଚାୟତ ସଂଗରୋଧରୁ ବିଦାୟ ନେଲେ ୧୧୧ ଅନ୍ତେବାସୀ ।

0
218

ବ୍ରହ୍ମପୁର, ୨୫/୦୫/୨୦୨୦:
ଭୟାବହ କରୋନା ଭୁତାଣୁ ସଂକ୍ରମଣ ଜନିତ କାରଣରୁ ପ୍ରବାସ ରେ ଥିବା ଓଡ଼ିଆ ଦାଦନ ଙ୍କ ସୁରକ୍ଷା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଯଥୋଚିତ ପଦକ୍ଷେପ ଗ୍ରହଣ କରାଯାଇଛି ।ପ୍ରବାସୀ ଙ୍କୁ ସରକାରୀ ଖର୍ଚ୍ଚରେ ପ୍ରବାସ ରୁ ଅଣାଇ ବ୍ୟବସ୍ଥିତ ଉପାୟରେ ସଂଗରୋଧ୍ ସହ ୨୧ ଦିନର ରହଣି ଜନିତ ଖାଦ୍ୟପେୟ ର ବ୍ୟବସ୍ଥା ମଧ୍ୟ କରିଛନ୍ତି ।ଏହି ଅବସରରେ ଦିଗପହଣ୍ଡି ବ୍ଲକ ଗୌଡ ଗାଁ ପଞ୍ଚାୟତ ସଦର ମହକୁମା ସ୍ଥିତ ହାଇସ୍କୁଲ ସଂଗ ରୋଧ କେନ୍ଦ୍ର ଓ ଅନ୍ୟ କେନ୍ଦ୍ରରେ ନିଜ ଧାର୍ଯ୍ୟ ସମୟ କଟାଇ ଆଜି ୧୧୧ ଜଣ ଅନ୍ତେବାସୀ ଘର ବାହୁଡ଼ା କରିଥିବା ଜଣାଯାଇଛି ।ଏହି ଅବସର ରେ ପ୍ରଶାସନ ପକ୍ଷରୁ ଆୟୋଜିତ ସ୍ଵତନ୍ତ୍ର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଦ୍ବାରା ବିଦାୟୀ ଅନ୍ତେବାସୀଙ୍କ ଧାର୍ଯ୍ୟ ସମୟର ଆଚାର ,ବ୍ୟବହାର, ଉତ୍ତର ଦାୟିତ୍ୱବୋଧ କୁ ନେଇ ପ୍ରଶଂସା କରାଯାଇଥିଲା ।ପଞ୍ଚାୟତ ଜିଲ୍ଲାପାଳ ତଥା ସରପଞ୍ଚ ଶ୍ରୀ କୃଷଚନ୍ଦ୍ର ସାହୁଙ୍କ ତତ୍ତ୍ଵାବଧାନରେ ଆୟୋଜିତ ସମ୍ବର୍ଧନା ଉତ୍ସବରେ ଦିଗପହଣ୍ଡି ଵି ଡି ଓ ଶ୍ରୀ ହଳଧର ଶବରଙ୍କ ତରଫରୁ ନୋଡାଲ ଅଧିକାରୀ ଯନ୍ତ୍ରୀ ଶ୍ରୀ ରମେଶ ଚନ୍ଦ୍ର ସାହୁ,ହାଇସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀ ପଙ୍କଜ କୁମାର ଗମାଙ୍ଗ ପ୍ରମୁଖ ଅଂଶ ଗ୍ରହଣ କରି ବିଦାୟୀ ଅନ୍ତେବାସୀଙ୍କ କେନ୍ଦ୍ର ରହଣି ଜନିତ ଏକାଗ୍ରତା ଓ ଉତ୍ତର ଦାୟିତ୍ୱବୋଧ କୁ ନେଇ ସାଧୁବାଦ ପ୍ରଦାନ କରିଥିଲେ ।ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ସ୍ଵତନ୍ତ୍ର ବସ୍ କୁ ସାଜ ସଜ୍ୱା କରି ସଂଗରୋଧା ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।ବିଦାୟ ସମ୍ବର୍ଦ୍ଧନା ପାଇ ଭାବ ବିହ୍ୱୋଳ ହୋଇଥିବା ସଂଗାରୋଧ୍ ଅନ୍ତେବାସୀ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗିତା ଓ ସରପଞ୍ଚଙ୍କ ସେବାଜନିତ ଏକାଗ୍ରତା କୁ ନେଇ ପ୍ରଶଂସା କରିଥିଲେ ।ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

ସନ୍ତୋଷ କୁମାର ଦାଶ ଙ୍କ ରିପୋର୍ଟ।

LEAVE A REPLY

Please enter your comment!
Please enter your name here