କୁକୁଡ଼ାଖଣ୍ଡି,୨୫/୦୫/୨୦୨୦(ବ୍ୟୁରୋ ରିପୋର୍ଟ)-ବ୍ୟକ୍ତିଗତ ସ୍ଥାନରେ ନଳକୂପ ଖୋଲି ଚର୍ଚ୍ଚା ରେ କୁକୁଡାଖଣ୍ଡି ପାନୀୟ ଜଳ ଯୋଗାଣ ବିଭାଗ I ପ୍ରଥମେ ସ୍ୱଚ୍ଛ ଭାରତ ଯୋଜନା ପାଇଖାନା ଦୁର୍ନୀତି ବର୍ତ୍ତମାନ ନଳକୂପ ଦୁର୍ନୀତି I କାହା ମୋହ ମାୟାରେ ବାୟାହେଲା ଏହି ବିଭାଗ ଯେ ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିଗତ ସ୍ଥାନରେ ନଳକୂପ ଖୋଳିଦେଲା I ଏହିପରି ସଙ୍ଗୀନ ଅଭିଯୋଗ ଆସିଚି ରୋହିଗାଁ ପଞ୍ଚାୟତ ନଳିହାଡ଼ ଗ୍ରାମରୁ I କିନ୍ତୁ ହୋଇଥିବା ବ୍ୟତିକ୍ରମ ପାଇଁ ସ୍ପଷ୍ଟୀକରଣ ଦେବାକୁ ଡ଼ରୁଛନ୍ତି ବିଭାଗୀୟ ଯନ୍ତ୍ରୀ I ଚର୍ଚ୍ଚା ହେଉଚି କୁଆଡେ ଅଧାକୁ ଅଧା ଡ଼ିଲ ରେ ନିର୍ମାଣ ହୋଇଚି ଏହି ସରକାରୀ ନଳକୂପ I ତେବେ ସରକାରୀ ଅର୍ଥ ଜଣେ ବ୍ୟକ୍ତିଙ୍କ ସ୍ଥାନରେ ବିନିଯୋଗ କରିବା ପାଇଁ ଯନ୍ତ୍ରୀ ମୋହଦୟଙ୍କୁ ସାହସ ଦେଲା କିଏ ? ଏହା ଏବେ ସାଧାରଣରେ ପ୍ରଶ୍ନବାଚି ହୋଇ ଛିଡା ହୋଇଥିବା ବେଳେ ବିଗତ ଦିନର ଦୁର୍ନୀତିକୁ ଆଖି ଠଉ ରାଉଚି ଏହି ବିଭାଗ I ତେବେ ବିଭାଗୀୟ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ଉଠୁଥିବା ବେଳେ ପୂର୍ବ ଦୁର୍ନୀତିକୁ ଦୃଷ୍ଟିକୁ ନେଲେ ବ୍ଲକ ପ୍ରଶାସନର ଘଣ୍ଟ ଘୋଡାଇବା ପ୍ରକୃତି ରହିଚି I ସତେ ଯେମିତି ଦୁର୍ନୀତିକୁ ଆଣ୍ଟିରେ ବାନ୍ଧି ନୀତି ଆଉ ଆଦର୍ଶ କରିଦେଇଛି କୁକୁଡାଖଣ୍ଡି ପ୍ରଶାସନ I ବର୍ତ୍ତମାନ କୋରନା ମହାମାରୀକୁ ପାଥେୟ କରି ଚାଲିଚି ଅନ୍ୟାନ୍ୟ କାର୍ଯ୍ୟରେ ମହାଦୁର୍ନୀତି I