ଶେରଗଡ,୨୬/୦୫/୨୦୨୦:ଗଞ୍ଜାମ ଜିଲା ରେ ନିର୍ଦ୍ଦିଷ୍ଟ ତିନୋଟି SHG ଠାରୁ ଅଣ୍ଡା କିଣି ଅଙ୍ଗନବାଡି ହିତାଧିକାରୀ ବଣ୍ଟନ କରିବାକୁ ଡିଏସଡବଲ୍ଯୁଓ ଦେଇଥିବା ଆଦେଶକୁ ଜିଲାର ସମସ୍ତ ଅଂଗନବାଡି କର୍ମୀ ପ୍ରତ୍ଯାଖ୍ଯାନ କରିବା ସହ ଆସନ୍ତା ପହିଲାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ ଅଙ୍ଗନବାଡି କର୍ମୀ ନିଷ୍ପତି ଗ୍ରହଣ କରିଛନ୍ତି । ଏହାକୁ ସମର୍ଥନ କରି ଶେରଗଡ ନିକଟସ୍ଥ ପାଟପୁର ଆଇସିଡିଏସ ଅଙ୍ଗନବାଡି ନିଖିଳ ଓଡିଶା ଅଙ୍ଗନବାଡିକର୍ମୀ ଓ ଲେଡିସ ୱା୍ର୍କସ ଏସୋସିଏସସନ ର ସଭାନେତ୍ରୀ ପ୍ରତିମା କୁମାରୀ ଦେବୀ, ସଂପାଦିକା S.ଉଷାରାଣୀ ଦୋରା ଓ ଜି .ଇନ୍ଦ୍ରାଣି କୋଷାଧକ୍ଷା ଗଞାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ,ଡିଏସଡବଲ୍ଯୂ ଓ,ସାନଖେମୁଣ୍ଡି ବ୍ଳକ ବିଡିଓ, ତହସିଲଦାର, ଓ ସି ଡି ପି ଓ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିରେ ଉଲ୍ଲେଖ କରିଛନ୍ତି ଯେ ତୁରନ୍ତ ଡିଏସଡବଲ୍ଯୁ ଙ୍କ ଅଣ୍ଡା ବେପାର ଆଦେଶ ପ୍ରତ୍ଯାହାର କରାଯାଉ,ଏପ୍ରିଲ ଓ ମଇ ମାସର ବକେୟା ବିଲ୍ ଅର୍ଥ ପ୍ରଦାନ କରାଯାଉ,ନତୁବା ସେମାନେ ମଧ୍ୟ ଆସନ୍ତା ଜୁନ ପହିଲାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ରେ ସାମିଲ୍ ହେବେ ବୋଲି ଧମକ ଦେଇଛନ୍ତି ।