ଧାନବସ୍ତା ରଖି ଜିଲ୍ଲାପାଳ ଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ କଲା ରୟତ ମହାସଂଘ

0
186

ଛତ୍ରପୁର, ୨୬/୦୫/୨୦୨୦(ଟୁକୁନା ପ୍ରଧାନ) – : ଆଜି ଗଞ୍ଜାମ ଜିଲ୍ଲାରେ ଧାନ ବିକ୍ରି ପାଇଁ ଟୋକେନ ଧରି ଚାଷୀ ମାନେ ଦୀର୍ଘଦିନଧରି ଅପେକ୍ଷା କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଧାନ ବିକ୍ରି ହୋଇପାରୁନଥିବାରୁ ବାଧ୍ୟହୋଇ ଓହ୍ଲାଇଛନ୍ତି ଆନ୍ଦୋଳନକୁ । ପ୍ରତିବାଦରେ ଆଜି ଋଷିକୂଲ୍ୟାରୟତ ମହାସଂଘ ନେତୃତ୍ବରେ ଚାଷୀ ମାନେ ଗଞ୍ଜାମ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନବସ୍ତା ରଖି ହାତରେ ପ୍ଲାକାର୍ଡ ଧରି ଅଭିନବ ଉପାୟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଋଷିକୂଲ୍ୟା ରୟତ ମହାସଂଘ ର ସମ୍ପାଦକ ସୀମାଞ୍ଚଳ ନାହାକଙ୍କ ନେତୃତ୍ବରେ ବିଶିଷ୍ଟ ପରିବେଶବିତ ତଥା ଚାଷୀନେତା ପ୍ରଫୁଲ୍ଲ କୁମାର ସାମନ୍ତରାୟ ଯୋଗଦେଇ ଧାନ ବିକ୍ରୀ ନକରିପାରିନଥିଲା ବେଳେ ଚାଷୀମାନେ ଋଣକିପରି ଶୁଝିବେ ବୋଲି ପ୍ରଶ୍ନକରିବା ସହ ତୁରନ୍ତ ଧାନବିକ୍ରି କରାନଗଲେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିଲେ। ସେହିପରି ନୀଳକଣ୍ଠ ଦାସ, ଅନ୍ୟଚାଷୀନେତା ଆନ୍ଦୋଳନକୁ ସମର୍ଥନ ବିକ୍ଷୋଭ ରେ ସାମିଲ ହୋଇଥିଲେ । ଶେଷରେ ମୁଖ୍ୟମନ୍ତ୍ର ଙ୍କ ଉଦେଶ୍ୟ ରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here