ଭଞ୍ଜନଗର, ୨୬/୦୫/୨୦୨୦- ସ୍ଥାନୀୟ ଥାନା ନିକଟ ମରାଠିସାହି ରେ ରନ୍ଧାମଦଭାଟି ଉପରେ ଭଞ୍ଜନଗର ପୁଲିସ ଚଢାଉ କରି ୪୦୦୦ହଜାରରୁ ଉଦ୍ଧ ପୋଚ ନଷ୍ଟ କରାଯାଇଥିବା ବେଳେ ରନ୍ଧାମଦରେ ବ୍ୟବହୁତ ସରଜାମ , ୧୨୨୦ ଲିଟର ରନ୍ଧାମଦ ଜବତ ସହ ୧୩ ଆସାମୀକୁ ଗିରଫ କରି କୋର୍ଟ ଚାଳଣ କରାଯାଇଥିବା କଥା ଥାନା ଅଧିକାରୀ ସୁଦିପ୍ର କୁମାର ସାହୁ ସୁଚନା ଦେଇଛନ୍ତି ।ଲକ ଡାଉନ୍ ଯୋଗୁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ ବ୍ୟବସାୟୀ ଉପରେ କଟକଣା ଜାରି ରଖିଥିବା ବେଳେ ଏହାର ସୁଯୋଗ ନେଇ ଚୋରା ମଦ ବ୍ୟବସାୟୀମାନେ ବିଭିନ୍ନ ସ୍ଥାନରେ ମଦ ବିକ୍ରି କରୁଥିବା ଖବର ପୁଲିସ ନିକଟରେ ପହଞ୍ଜିବା ପରେ ପୁଲିସ ସୋମବାର ଅପରାହ୍ନ ସମୟରେ ଭଞ୍ଜନଗର ପୁଲିସ ମରାଠି ସାହି ଉପରେ ଚଢାଉ କରିଥିଲା ।ଏହି ଚଢାଉ ଜାରି ରହିବ ବାେଲି ଥାନା ଅଧିକାରୀ ଶ୍ରୀ ସାହୁ ସୁଚନା ଦେଇଛନ୍ତି ।
ରିପୋର୍ଟ: ରବିନ୍ଦ୍ରପ୍ରଧାନ