ବୁଗୁଡା, ୨୭/୦୫/୨୦୨୦: ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ବାଘୁଆ ନଦୀ ଗଣ୍ଡରେ ବୁଡି ମୃତ୍ୟୁ ବରଣ କରିଥିବା ଯୁବକଙ୍କ ପରିବାରକୁ ସହାୟତା ଯୋଗାଇ ଦେବା ସହ ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ସଙ୍ଗରୋଧ ଗୃହରେ ଥିବା ପ୍ରବାସୀ ଓଡ଼ିଆମାନଙ୍କ ଅଭାବ ଅସୁବିଧା ବୁଝିଥିବା ଜଣାପଡ଼ିଛି। ଗତ ମଇ ୨୪ ତାରିଖରେ ଭାମଶ୍ୟାଳି ନୂଆଁ ସାହିର କାହ୍ନୁ ନାହାକ ବାଘୁଆ ନଦୀ ଗଣ୍ଡରେ ବୁଡି ପ୍ରାଣ ହରାଇଥିବା ବେଳେ ସ୍ବର୍ଗତ କାହ୍ନୁଙ୍କ ମାଆଙ୍କୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏଥିସହ ଗତ ଦୁଇ ଦିନ ମଧ୍ୟରେ ବିଧାୟକ ଶ୍ରୀ ସାହୁ ବୁଗୁଡା ଓ ପୋଲସରା ଅଞ୍ଚଳର ଟିକରପଡ଼ା,ବେଲପଡ଼ା, ମାଣିକପୁର, ରାମଣ୍ଡା, ସୋଲଣ୍ଡି ,ହଂସରାଳି, ଖଇରଚଟା, ମଧୂପଲ୍ଲୀ, ଜୋକବନ୍ଧ, କସିପଡା, ହାତୀଓଟ, ଚିରିକିପଡା ଶାସନ, ନରସିଂହପଲ୍ଲୀ, ଚଢ଼ିଆପଡା, ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ, ମଥୁରା, ଓ ଉସ୍ତାପଡ଼ା ପ୍ରଭୃତି ଗ୍ରାମ ଓ ସହରର ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଙ୍ଗରୋଧରେ ଥିବା ପ୍ରବାସୀ ଓଡିଆମାନଙ୍କ ସହ ଆଲୋଚନା କରି ଅଭାବ ଅସୁବିଧା ବୁଝି କେନ୍ଦ୍ରର ଦାୟିତ୍ବରେ ଥିବା କର୍ମଚାରୀ ବୃନ୍ଦଙ୍କୁ ପରାମର୍ଶ ଦେଇଥିଲେ।
ରିପୋର୍ଟ: ଅନିଲ୍ କୁମାର ମହାରଣା