ଗଞ୍ଜାମ, ୨୮/୦୫/୨୦୨୦(ଟୁକୁନା ପ୍ରଧାନ) – : ଲକଡାଉନ୍ ଯୋଗୁ ଦୀର୍ଘ ୨ ମାସର ବ୍ୟବଧାନ ପରେ ଆଜିଠୁ ରାଜ୍ୟରେ ଗଡ଼ିଲା ଘରୋଇ ବସ୍। ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ବସ୍ ମାଲିକ ସଂଘ ବସ୍ ଚଳାଚଳ ଆରମ୍ଭ କରିଥିଲେ ମଧ୍ୟ ରାଜ୍ୟର ବହୁ ସ୍ଥାନରେ ଏ ପର୍ଯ୍ୟନ୍ତ ବସ୍ ଗଡ଼ିନି। ଆଉ ଯେଉଁଠି ଗଡ଼ିଛି ଖୁବ୍ କମ୍ ସଂଖ୍ୟକ ଯାତ୍ରୀଙ୍କୁ ନେଇ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଇଛି ବସ୍।ବ୍ରହ୍ମପୁର ଠାରୁ ଭୁବେନଶ୍ବର, ଅଙ୍ଗାରଗାଁ ଅଭିମୁଖେ ଛାଡ଼ିଛି ବସ୍ । ବସ୍କୁ ଧୋଇ ସଫାସୁତରା କରିବା ସହ ଯାତ୍ରୀଙ୍କୁ ସାନିଟାଇଜର ଦେଇ ବସ୍ ଭିତରକୁ ଛଡାଯାଇଥିବା କହିଛନ୍ତି କର୍ମଚାରୀ ।