ଗଜପତି: କରୋନା ଯୋଦ୍ଧା ଙ୍କୁ ସମ୍ମାନ,”ବନ୍ଦେ ଉତ୍କଳ ଜନନୀ ” ଗାନ

0
199

 

ପାରଳାଖେମୁଣ୍ଡି,୩୦/୦୫/୨୦୨୦(ପ୍ରଭାତ କୁମାର ପାତ୍ର)କରୋନା ଲଢେ଼ଇରେ ସାମିଲ ହୋଇ ଦିନ ରାତି କାର୍ଯ୍ୟ କରୁଥିବା ଯୋଦ୍ଧା ମାନଙ୍କୁ ରାଜ୍ୟ ସଙ୍ଗୀତ ପରିବେଷଣ କରି ଉତ୍ସାହିତ କରିବା ସହ ସେମାନଙ୍କୁ ସମ୍ମାନ ଜଣାଇବାକୁ ରାଜ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆହ୍ବାନ କ୍ରମେ ପାରଳାଖେମୁଣ୍ଡି ସହର ରାଜଦାଣ୍ଡରେ ଆୟୋଜିତ ହୋଇଛି ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମ। ଅପରାହ୍ନ ଠିକ୍ ୫.୩୦ମି ସମୟରେ ଶହ ଶହ ପାରଳାବାସୀ ଯୋଗ ଦେଇ ସାମାଜିକ ଦୂରତା ରକ୍ଷା କରିବା ସହ ଭକ୍ତି ସହକାରେ ଗାନ କରିଛନ୍ତି ବନ୍ଦେ ଉତ୍କଳ ଜନନୀ। ଏହି ଲଢେଇରେ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରି ଆସୁଥିବା ସ୍ବାସ୍ଥ୍ୟ ସେବା, ପୋଲିସ ସେବା, ସଫେଇ କର୍ମଚାରୀମାନଙ୍କୁ ସମ୍ମାନ ଦିଆଯାଇଛି। ସମାନ ଭାବରେ ପାରଳାଖେମୁଣ୍ଡି ମୋଡେଲ ପୋଲିସ ଥାନା ନିକଟରେ ମଧ୍ୟ ଜିଲ୍ଲା ପୋଲିସ ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ସେଥିରେ ଏସପି ସାରା ଶର୍ମା କଣ୍ଠଦାନ କରିଥିବା ବେଳେ ଜିଲ୍ଲାପାଳ ଅନୁପମ ସାହା ମଧ୍ୟ ଯୋଗ ଦେଇଥିଲେ। ପରବର୍ତୀ ସମୟରେ ଆଗଧାଡ଼ିର କୋରନା ଯୋଦ୍ଧା ମାନଙ୍କୁ ସମ୍ମାନିତ କରାଯାଇଥିଲା। ଏଥିରେ ପୋଲିସ ପ୍ରଶାସନ ସହ ଜିଲ୍ଲା ପ୍ରଶାସନର କର୍ମଚାରୀ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here