ସାନଖେମୁଣ୍ଡି,୩୦/୦୫/୨୦୨୦: ସାମ୍ପ୍ରତିକ ସମୟରେ ବିଶ୍ବରେ ଦେଖାଯାଇଥିବା କରୋନା ମହାମାରୀ ସାମାଜିକ ଜୀବନକୁ ବେଶ୍ କରିଚାଲିଛି।ଏଭଳି ଘଡିସନ୍ଧି ମୂହୁର୍ତ୍ତରେ କରୋନା ମହାମାରୀ ଠାରୁ ରକ୍ଷା ପାଇବା ପାଇଁ ଡାକ୍ତର,ପୋଲିସ,ଶିକ୍ଷକ,ସ୍ବାସ୍ଥ୍ଯ କର୍ମୀ,ଅଙ୍ଗନବାଡି କର୍ମୀ,ଲୋକପ୍ରତିନିଧି,ସରକାରୀ,ବେସରକାରୀ କର୍ମଚାରୀ ଏବଂ ଗଣମାଧ୍ୟମ କ୍ଷେତ୍ରରେ କାର୍ଯ୍ୟରତ ବ୍ଯକ୍ତିବିଶେଷ ନିଜ ଜୀବନ ଓ ପରିବାର ସୁଖଶାନ୍ତିକୁ ପଛଘୁଞ୍ଚା ଦେଇ କରୋନା ବିରୋଧୀ ଲଢେଇରେ ଯୋଦ୍ଧା ସାଜି କାର୍ଯ୍ୟ କରୁଛନ୍ତି।ତେଣୁ ଦେଶର ସର୍ବବୃହତ ରାଷ୍ଟ୍ରବାଦୀ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ଯାର୍ଥୀ ପରିଷଦ ଏକ ଦାୟିତ୍ୱବାନ ସଂଗଠନ ହିସାବରେ ଗଞ୍ଜାମ ଜିଲ୍ଲା ସହସଂଯୋଜକ କୃଷ୍ଣଚନ୍ଦ୍ର ସୁଆଁସିଆଙ୍କ ନେତୃତ୍ବରେ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡା ଗ୍ରାମପଞ୍ଚାୟତରେ ସରପଞ୍ଚ,ସମିତିସଭ୍ୟ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ବୃକ୍ଷ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା।ଏଥିରେ ନବଘନ ବିଶ୍ବାଳ,କିଶୋର ପାଣିଗ୍ରାହୀ,ତ୍ରିଲୋଚନ ମହାଙ୍କୁଡ, ମାନସରଞ୍ଜନ ପଟ୍ଟନାୟକ ଆଦି କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରି ଉତ୍ସାହିତ କରିଥିଲେ।