ଗଞ୍ଜାମ,୩୦/୦୫/୨୦୨୦(ଟୁକୁନା ପ୍ରଧାନ)-:କରୋନା ଦୁର୍ଦଶା ବେଳେ ବିଭିନ୍ନ ଯୋଦ୍ଧାଙ୍କ ନାମ ଆମେ ଜାଣୁଛେ । ପ୍ରକୃତି ର ଏହି ଦୁର୍ଦିନ ବେଳର ସେନା ନାମକୁ ସାର୍ଥକ କରି ଜନସାଧାରଣ ସାଙ୍ଗ କୁ ସଂଗରୋଧ କେନ୍ଦ୍ରରେ ସଚେତନ କରିବା ସହ ସେମାନଙ୍କୁ ସେବା ଯୋଗାଉଛନ୍ତି । ସେମାନେ ହେଉଛନ୍ତି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ନୂଆଗଡ଼ ଗ୍ରାମ ର ନନ୍ଦନ କୁମାର ଭୂୟାଁ , ଏବଂ ପ୍ରଶାନ୍ତ ବିଶ୍ଵାଳ ।ନନ୍ଦନ କୁମାର ଭୂୟାଁ ପେସାରେ ଜଣେ ବାହାର ରାଜ୍ୟର କମ୍ପାନୀ କର୍ମଚାରୀ ହୋଇଥିବା ବେଳେ ପ୍ରଶାନ୍ତ ବିଶ୍ଵାଳ ପେସାରେ ଜଣେ ଅଙ୍ଗାରଗାଁ ସେବା ସମବାୟ ସମିତିର ର ଜଣେ ଅସ୍ଥାୟୀ କର୍ମଚାରୀ ଅଟନ୍ତି । ଲକ୍ ଡାଉନ ଆରମ୍ଭ ଠାରୁ ନନ୍ଦନ କରୋନା ଭାଇରସ ର ଭୟଭୟତା ଉପରେ ସଚେତନ କରିବା ସହ ବର୍ତ୍ତମାନ ସେ ଏବଂ ପ୍ରଶାନ୍ତ ନୂଆଗଡ଼ ସଂଗରୋଧ କେନ୍ଦ୍ରରେ ରେ ସ୍ଵେଚ୍ଛାସେବୀ ଭାବେ ଦିନରାତି ପରିଶ୍ରମ କରି ଅନ୍ତେବାସୀ ମାନଙ୍କୁ ଖାଦ୍ୟ ପଦାର୍ଥ ଦେବା ସହ ସେମାନଙ୍କ ସୁବିଧା ଅସୁବିଧା କଥା ବୁଝୁଛନ୍ତି । ଏହି ଦୁଇ ବ୍ୟକ୍ତି ଙ୍କ କାର୍ଯ୍ୟପାଇଁ ମଧ୍ଯ ଅନ୍ତେବାସୀ ମାନେ ଖୁସି ବ୍ୟକ୍ତ କରିଛନ୍ତି । ଏହି ଦୁଇ ବ୍ୟକ୍ତି ଙ୍କୁ ସରକାରଙ୍କ ପକ୍ଷରୁ କିଛି ପ୍ରୋତ୍ସାହନ ରାଶି ସହ ମାନପତ୍ର ପ୍ରଦାନ କଲେ ସେମାନେ ଉତ୍ସାହିତ ହୋଇ ଏଭଳି ବିଭିନ୍ନ ସମାଜସେବା କାର୍ଯ୍ୟକ୍ରମ ରେ ନିଯୋଜିତ ହୁଏନ୍ତେ ବୋଲି କିଛି ବୁଦ୍ଧିଜିବୀ ମାନେ ପ୍ରକାଶ କରିଛନ୍ତି ।