ବ୍ରହ୍ମପୁର,୩୦/୦୫/୨୦୨୦(ବ୍ୟୁରୋ ରିପୋର୍ଟ)
ସ୍ଥାନୀୟ ଅଗ୍ରଣୀ କଳାକାର ସଂଗଠନ “ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ” ତରଫରୁ ବ୍ରହ୍ମପୁର ସିଟି ହାଇ ସ୍କୁଲ ରୋଡ ସ୍ଥିତ ମାନସ ଭବନ ସମ୍ମୁଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆମ କରୋନା ଜୋଦ୍ଧାମାନଙ୍କୁ ସମ୍ମାନ ପ୍ରଦର୍ଶନ ସହ ଉତ୍ସାହିତ କରିବା ଲକ୍ଷ୍ୟରେ ରାଷ୍ଟ୍ର ଗୀତ “ବନ୍ଦେ ଉତ୍କଳ ଜନନୀ”ର ସମୂହ ଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଂଘ ସଭାପତି ସୁବାସ ଚନ୍ଦ୍ର ସାହୁ ମାମା ଅଧ୍ୟକ୍ଷତା କରିଥିବା ବେଳେ ଉପଦେଷ୍ଟା ଦେବେନ୍ଦ୍ର ନାଥ ଶର୍ମା, ଓଡ଼ିଶା ଚିତ୍ରାଳୟ ମାଲିକ ସଂଘ ସମ୍ପାଦକ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ସଙ୍ଗୀତଜ୍ଞ ଲକ୍ଷ୍ମୀ ନାରାୟଣ ସାମଲ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ବିପଦ ଆସିଲେ ସମାଜ ଭିତରେ ଭାଇଚାରା ଶ୍ରୁଜିଥାଏ ବୋଲି ମତବ୍ୟକ୍ତ କରିଥିଲେ । ତତ୍ପରେ ସହ ସମ୍ପାଦକ ବଳଦେବ ସାହୁଙ୍କ ସଂଯୋଜନା କ୍ରମେ ସନିଆ ବେହେରା, ଭଗବତ୍ ଚରଣ ଜେନା, ପ୍ରଦୀପ କୁମାର ସାହୁ, ନାରାୟଣ ସାହୁ, ନୀଳ ମାଧବ ଜେନା, ଭଗବାନ ସାମଲ, ନୀଳାମ୍ବର ସାହୁ ପ୍ରମୁଖ ଯନ୍ତ୍ର ସଙ୍ଗୀତରେ ସହଯୋଗ କରିଥିବା ବେଳେ ଉପସ୍ଥିତ ସଦସ୍ୟ-ସଦସ୍ୟାମାନେ ସମୂହ ସଙ୍ଗୀତ ଗାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ପ୍ରଯୋଜନାରେ ସଂଘ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସହଯୋଗ କରିଥିବା ବେଳେ ମହେନ୍ଦ୍ର କୁମାର ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।