ବ୍ରହ୍ମପୁର, ୩୦/୦୫/୨୦୨୦:
ପାତ୍ରପୁର ତହସିଲର ଦାୟୀତ୍ବ ଗ୍ରହଣ ପରଠାରୁ ନିଜ ପେଶାର ଉତ୍ତରଦାୟିତ୍ୱ ବୋଧକୁ ନେଇ ସର୍ବଦା ଚର୍ଚ୍ଚାରେ ରହୁଥିବା ରାଜ୍ୟ ପ୍ରଶାସନିକ ସେବା ଅଧିକାରୀ ତଥା ପାତ୍ରପୁର ତହସିଲଦାର ଡଃ ଶ୍ରୀନିବାସ ବେହେରାଙ୍କ ଆଜି ଅନ୍ୟ ଏକ ଭାବଧାରା ସାଧାରଣରେ ପ୍ରକଟିତ ହୋଇଅଛି । ସରକାରଙ୍କ
କୋଭିଡ୍-୧୯ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ନିଜ ରୁକ୍ଷ ତଥା ଅଣ ସାଲିସ ଯୁକ୍ତ ମନୋବଳ ଦ୍ଵାରା ନିଜ ମାଜିଷ୍ଟ୍ରେଟ ସ୍ତରୀୟ ଦାୟିତ୍ଵ ନିଭାଇ ସାମାଜିକ ଦୂରତା,ବିନା ମସ୍କ୍ ବ୍ୟବହାରକାରୀ, ଉତ୍ପାତିଅା ଅମନିଆଙ୍କୁ ସାବାଡ କରି ଅଞ୍ଚାଲରେ କରୋନା ସଂକ୍ରମଣ ଦୁର୍ବିପାକରୁ ଆଡ଼ୁଆଳ ସାଜିଥିବା ବେଳେ ଦୀର୍ଘଦିନ ଧରି ତହସିଲର ଲଘୁ ଖଣିଜ ଉତ୍ସକୁ ଚିରାଚରିତ ଭାବେ ଅବୈଧ ଲୁଣ୍ଠନ କରୁଥିବା ଚୋରା ମାଫିଆଙ୍କୁ ଅପ୍ରତ୍ୟାଶିତ ଚଢ଼ାଉରେ ଆତଙ୍କିତ କରୁଥିବା ମଧ୍ୟ ଜିଲ୍ଲା ସ୍ତରରେ ଆଲୋଚ୍ୟ ବିଷୟ ହୋଇଅଛି । ପରନ୍ତୁ ଜଣେ ଦାୟିତ୍ବବାନ ପ୍ରଶାସନିକ ଅଧିକାରୀ ଥାଇ ମଧ୍ୟ ରକ୍ତଦାନ ମହାପୂର୍ଣ୍ୟ ଆକ୍ଷାକୁ ଚରିତାର୍ଥ କରିବାକୁ ଯାଇ ଆଜି ପାତ୍ରପୁର ସ୍ଥିତ ମନୋରଞ୍ଜନ ମେଡିକାଲ୍ ଷ୍ଟୋର ଏବଂ ଆମ ଓଡ଼ିଶା ସମ୍ବାଦ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିବା ଭ୍ରାମ୍ୟମାଣ ସେଚ୍ଛାକୃତ ରକ୍ତଦାନ ଶିବିର କୁ ଉଦଘାଟିତ କରିବା ଅବସରରେ ନିଜ କର୍ମଚାରୀଙ୍କ ସହିତ ନିଜେ ପ୍ରଥମେ ଭ୍ରାମ୍ୟମାଣ ରକ୍ତସଂଗ୍ରହ ଗାଡ଼ିରେ ରକ୍ତଦାନ କରିଥିବା ବିଷୟ ଅଞ୍ଚଳବାସୀଙ୍କ ମନକୁ କିଣିଥିବା ଆଲୋଚିତ ହେଉଅଛି ।
ଅନୁଷ୍ଠିତ ଏହି ଭ୍ରାମ୍ୟମାଣ ସ୍ଵେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମ ରେ ତହସିଲର ରାଜସ୍ବ ପରିଦର୍ଶକ ଇତିମୟ ବେହେରା ,ନିରୀକ୍ଷକ ଚନ୍ଦ୍ରଶେଖର ବେହେରା,ସତ୍ୟବାଦୀ ବେହେରା, କିରାଣୀ ମହେଶ୍ୱର ମଲିକ ଓ ଗଙ୍ଗଧର ସାହୁ ପ୍ରମୁଖଙ୍କ ସହିତ ବହୁ ସ୍ବେଛସେବୀ ରକ୍ତଦାନ କରିଥିଲେ ।
ମନୋରଞ୍ଜନ ମେଡିକାଲ୍ ଷ୍ଟୋର ତରଫରୁ ମାଲିକ ତଥା ବିଶିଷ୍ଟ ସମାଜସେବୀ ଶ୍ରୀ ମନୋରଞ୍ଜନ ଦ୍ୟାନ ସାମନ୍ତରା ଶିବିର ପରିଚାଳନା କରିଥିଲେ ।
ସନ୍ତୋଷ କୁମାର ଦାଶ ଙ୍କ ରିପୋର୍ଟ।