ଗଞ୍ଜାମ, ୦୩/୦୬/୨୦୨୦(ବ୍ୟୁରୋ ରିପୋର୍ଟ)
ଗଞ୍ଜାମ ନିକଟସ୍ଥ ନୂଆଗାଁ ସ୍ଥିତ ଅଷ୍ଟମ ବାଟାଲିୟନ ନୂତନ ଦୁର୍ଗପତି ରୂପେ ସୂର୍ଯ୍ୟନାରାୟଣ ମଲ୍ଲିକ ଦାଇତ୍ଵ ଗ୍ରହଣ କରିଛନ୍ତି । ପୂର୍ବରୁ କାର୍ଯ୍ୟରତ ଦୁର୍ଗପତି ଉଦୟନାଥ ରଥ ଅବସର ଗ୍ରହଣ କରିଛନ୍ତି। ଦୁର୍ଗପତି ମଲ୍ଲିକ ପୂର୍ବରୁ ସେ ଭୁବନେଶ୍ୱର ଏସ.ଏ .ପି ହେଡ଼କ୍ବାଟର ରେ ଡେ଼ପୁଟେସନ ରେ କର୍ଯ୍ୟରତ ଥିଲେ ।
ତାଙ୍କର କର୍ମମୟ ଜୀବନ ଗଞ୍ଜମ ଜିଲ୍ଲାର ସଦର ମହକୁମା ରିଜର୍ଭ ପୋଲିସ ରୁ ଆରମ୍ଭ ହୋଇଥିଲା ।
ଦାୟିତ୍ୱ ଗ୍ରହଣ କରିବା ପରେ ଦୁର୍ଗପତି ମଲ୍ଲିକ ଏହାମୋର ପରିବାର , ସିପାହୀ ମାନେ ମୋର ସଦସ୍ୟ ଏହାର ଉନ୍ନତି ମୋର ପ୍ରଥମ ଲକ୍ଷ୍ୟ । ଅଧୁରା ରହିଥିବା କାମକୁ ସମ୍ପୂର୍ଣ୍ଣ କରିବା ସହ ବାଟାଲିୟନ କୁ ଆଦର୍ଶ ବାଟାଲିୟନ ରେ ପରିଣତ କରିବା ପ୍ରାଥମିକତା ରହିବ ।
ବର୍ତ୍ତମାନ କରୋନା ପରିସ୍ଥିତି ରେ ଲୋକଙ୍କ ସୁରକ୍ଷା ସିପାହୀ ମାନଙ୍କ ଦାୟିତ୍ୱ ହୋଇଥିବା ବେଳେ ସିପାହୀ ମାନଙ୍କ ସୁରକ୍ଷା ମୋର କର୍ତ୍ତବ୍ୟ । ସମସ୍ତ ମାସ୍କ ପିନ୍ଧନ୍ତୁ , ସମଦୁରତା ରକ୍ଷା କରନ୍ତୁ , ସରକାର ଙ୍କ ନିୟମ ମାନି କରୋନା କୁ ହରାନ୍ତୁ ବୋଲି କହିଥିଲେ । ଏହି ଅବସରେ ସମସ୍ତ ସିପାହୀ, କର୍ମଚାରୀ ନୂତନ ଦୁର୍ଗପତି ଙ୍କୁ ସମ୍ମାନ ଜଣାଇଥିଲେ ।