ଓଡିଶାରେ ଲକ୍ଷ ଲକ୍ଷ ନିର୍ମାଣ ଶ୍ରମିକ ଶୋଷଣର ଶିକାର ହେଉଛନ୍ତି : ଭାରତୀୟ ମଜଦୂର ସଂଘ

0
162

ବ୍ରହ୍ମପୁର,୦୩/୦୬/୨୦୨୦ (ବ୍ୟୁରୋ ରିପୋର୍ଟ )ଓଡିଶାରେ ଲକ୍ଷ ଲକ୍ଷ ନିର୍ମାଣ ଶ୍ରମିକମାନେ ସେମାନଙ୍କର ମୌଳିକ ଅଧିକାରରୁ ବଞ୍ଚିତ ହେବା ସହ ଶୋଷଣର ଶିକାର ହେଉଛନ୍ତି । ତେଣୁ ନିର୍ମାଣ ଶ୍ରମିକଙ୍କ ବିକାଶ ନିମନ୍ତେ ଭାରତୀୟ ମଜଦୂର ସଂଘ ଦ୍ୱାରା ପରିଚାଳିତ ଓଡିଶା କୋଠାବାଡି ଓ ଅନାନ୍ୟ ନିର୍ମାଣ ମଜଦୂର ସଂଘ ପକ୍ଷରୁ ଗଞ୍ଜାମ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ , ଶ୍ରମ ମନ୍ତ୍ରୀ ଶ୍ରମ କମିଶନର ତଥା ଶ୍ରମ ସଚିବଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ ଦାବୀ ପତ୍ର ମାଧ୍ୟମରେ ପଞ୍ଜିକୃତ ଶ୍ରମିକଙ୍କୁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ମାସିକ ୧୫୦୦ ଟଙ୍କା ହିସାବରେ ତିନି ମାସର ଟଙ୍କା ପ୍ରଦାନ କରାଯିବା ସହ ତିନି ମାସ ମଧ୍ୟରେ ରୁନ୍ୟୁଆଲ କରିବା ପାଇଁ ସୁଯୋଗ ଦେବାକୁ କୁହାଯାଇଛି । ଏହା ସହ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ବୟସ ସୀମାକୁ ୬୦ ବର୍ଷରୁ ହ୍ରାସ କରିବା , ଶ୍ରମିକମାନଙ୍କ ପରିବାରକୁ ମୃତ୍ୟୁ କାଳିନ ସହାୟତା ପ୍ରଦାନ କରିବା ସହ ଦୀର୍ଘ ଦିନ ଧରି ପଡି ରହିଥିବା ଶ୍ରମିକ ମାନଙ୍କ କାର୍ଡକୁ ପଞ୍ଜିକୃତ କରାଇବା ଆଦି ଦାବୀ କରାଯାଇଛି । ତେବେ ଉକ୍ତ ଦାବୀ ପତ୍ର ପ୍ରଦାନ ସମୟରେ ରାଜ୍ୟ ସାଧାରଣ ସଂପାଦକ ବସନ୍ତ କୁମାର ସାହୁ , ରାଜ୍ୟ ସଭାପତି ଅରୁଣ କୁମାର ଲେଙ୍କା , ପ୍ରମୋଦ ଚନ୍ଦ୍ର ସାହୁ , ଲିଙ୍ଗରାଜ ସାହୁ , ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here