ବ୍ରହ୍ମପୁର,୦୮/୦୬/୨୦୨୦(ହିମାଶୁଂ ଶେଖର ସାବତ) କରୋନା କଟକଣା ଭିତରେ ଆଜିଠାରୁ ସ୍କୁଲ ଗୁଡିକରେ ନାମଲେଖା ଆରମ୍ଭ ହୋଇଛି । ରାଜ୍ୟର ସମସ୍ତ ସରକାରୀ ଅନୁଦାନପ୍ରାପ୍ତ ଓ ଅଣଅନୁଦାନପ୍ରାପ୍ତ ସ୍କୁଲ ସହ ମଦ୍ରାସା ଓ ସଂସ୍କୃତ ଟୋଲଗୁଡିକରେ ନାମଲେଖା ପ୍ରକ୍ରିୟା ଜୁଲାଇ ୧୫ ତାରିଖ ଯାଏଁ ଚାଲିବ । ତେବେ ସ୍କୁଲରେ ନାମଲେଖା ବେଳେ କରୋନା କଟକଣା କଡାକଡି ଭାବେ ପାଳନ ହେବ ବୋଲି କହିଛନ୍ତି l ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ସହ ସ୍କୁଲର ଶିକ୍ଷକ ସାମାଜିକ ଦୂରତା ରଖିବା ସହିତ ମାସ୍କ ପିନ୍ଧିବା ପ୍ରତି ଗୁରୁତ୍ୱ ଦେବେ।
ତେବେ ଏବେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେଲେ ମଧ୍ୟ ସ୍କୁଲ ଖୋଲିବା ନେଇ ଜୁଲାଇ ୩୧ ପରେ ନିଷ୍ପତି କରାଯିବ । ଏପଟେ ନାମଲେଖା ପାଇଁ ସରକାରଙ୍କ ନିର୍ଦ୍ଦେଶନାମାକୁ ବିରୋଧ କରିଛି ଓଡିଶା ଅଭିଭାବକ ମହାସଂଘ । କରୋନା ସଂକ୍ରମଣ ବଢି ଚାଲିଥିବାବେଳେ ଅଭିଭାବକ ଓ ଛାତ୍ରଛାତ୍ରୀ କିଭଳି ସ୍କୁଲକୁ ଆସିବେ ବୋଲି ମହାସଂଘ ପ୍ରଶ୍ନ କରିଛି । ସେହିପରି ସରକାର ନାମଲେଖା ପାଇଁ ଅନୁମତି ଦେଇଦେଲେ ଘରୋଇ ସ୍କୁଲଗୁଡିକ ନାମଲେଖା ପରେ ମାସିକ ଫି ଆଦାୟ କରିବେ ବୋଲି ଆଶଙ୍କା ପ୍ରକାଶ କରିଛି ମହାସଂଘ ।