ବ୍ରହ୍ମପୁର ବଡ ମେଡିକାଲ ର ୪ ଡାକ୍ତର ଓ ୮ ଷ୍ଟାଫ୍ ନର୍ସ ଆକ୍ରାନ୍ତ

0
151

 

ବ୍ରହ୍ମପୁର,୦୯/୦୬/୨୦୨୦(ହିମାଶୁଂ ଶେଖର ସାବତ) ବ୍ରହ୍ମପୁର ଏମ କେ ସି ଜି ମେଡିକାଲ କଲେଜ ହସପିଟାଲରେ ୪ ଜଣ ନିଶ୍ଚେତକ ଡାକ୍ତର ଆଉ ୮ ଜଣ ଷ୍ଟାଫ ନର୍ସ କର୍ମଚାରୀ କରୋନା ସଂକ୍ରମଣ ର ଶିକାର ହେବାରୁ ହସପିଟାଲରେ ଆଲୋଡନ ସୃଷ୍ଟି ହୋଇଛି। ସର୍ଜରୀ ବିଭାଗରେ ଅନ୍ୟାନ୍ୟ ଡାକ୍ତର , କର୍ମଚାରୀ , ଜୁନିଅର ଡାକ୍ତର, ମେଡିକାଲ ଶିକ୍ଷାର୍ଥୀ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ଏହି ପରିପ୍ରେକ୍ଷୀରେ ଚିକିତ୍ସା ଓ ରୋଗୀ ସେବା ରେ ଅସୁବିଧା ଉପୁଜିଛି। ଗତ ପ୍ରାୟ ୮ ଦିନ ପୂର୍ବେ ଜଣେ ରୋଗୀର ଜରୁରୀକାଳୀନ ଅସ୍ତ୍ରୋପଚାର କରାଯାଇଥିଲା। ସେହି ରୋଗୀ ଠାରେ କରୋନା ଭୁତାଣୁ ଚିହ୍ନଟ ହୋଇଥିଲା। ସେହି ରୋଗୀର ସଂସ୍ପର୍ଶରେ ଆସିଥିବା ଡାକ୍ତର ଓ ହସପିଟାଲ କର୍ମଚାରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ବେଳେ ସେମାନେ ମଧ୍ୟ ସଂକ୍ରମିତ ହୋଇଥିବା ଜଣାପଡିଛି।
ହସପିଟାଲର ଅଧିକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ର ସୁଚାଇଛନ୍ତି ଯେ, ଭୁତାଣୁ ସଂକ୍ରମିତ ଡାକ୍ତର ଓ ନର୍ସ ମାନଙ୍କୁ ଏମ କେ ସି ଜି ମେଡିକାଲ କଲେଜ ହସପିଟାଲରେ ଏକ ସ୍ୱତନ୍ତ୍ର ଆଇସୋଲେଶନ ୱାର୍ଡରେ ରଖି ଚିକିତ୍ସା କରାଯାଉଛି। କେହି ଆତଙ୍କିତ ହେବାର ଆବଶ୍ୟକତା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here