ଗଞ୍ଜାମ ଜିଲ୍ଲା କୋଭିଡ ରିପୋର୍ଟ ସାର୍ବଜନୀନ ହେବା ଆବଶ୍ୟକ

0
173

 

ବୁଗୁଡା,୦୯/୦୬/୨୦୨୦: ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭ ରିପୋର୍ଟ ସାର୍ବଜନୀନ ହେବା ଆବଶ୍ୟକ ଥିବା ଆଶା କରାଯାଉଛି। ପଜିଟିଭ ରିପୋର୍ଟ ସାର୍ବଜନୀନ ନହେବା ଦ୍ୱାରା ନାନା ଗୁଜବ ସୃଷ୍ଟି ହେଉଛି। ପଜିଟିଭ ରିପୋର୍ଟ ସାର୍ବଜନୀନ ହେଲେ ଜନସାଧାରଣ ଅଧିକ ସଚେତନ ହୋଇପାରିବେ। ଆମର ଯେଉଁ ଧାରଣା ଅଛିଯେ ପଜିଟିଭ ଖବର ପାଇଲେ ଜନସାଧାରଣ ଅଯଥା ଭୟଭୀତ ହେବେ ତାହା ଭୁଲ, ମାଣିତରା ଗ୍ରାମ ପଞ୍ଚାୟତର ଘଟଣା ଉଦାହରଣ ହୋଇପାରେ। ଏକ ୱେଭ ମିଡିଆରେ ବୁଗୁଡା ବ୍ଲକର ପାଣିକେଶ୍ୱର ସଙ୍ଗରୋଧ କେନ୍ଦ୍ରରେ ମାଣିତରା ଗ୍ରାମର ଦୁଇଜଣ ପଜିଟିଭ ହୋଇଥିବା ଖବର ପ୍ରକାଶ ପାଇବା ସହ ତାହା ମାଣିତରା ସରପଞ୍ଚଙ୍କ ନିକଟରେ ପହଞ୍ଚିଥିଲା। ସେହି ଦୁଇ ଜଣଙ୍କ ନାମ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥିଲା। ପଜିଟିଭ ଚିହ୍ନଟ ବ୍ୟକ୍ତିଙ୍କ ପୁଅ ଓ ତିନି ଜଣ ସାଙ୍ଗ ପାଣିକେଶ୍ୱର ଯାଇ ପୂର୍ବ ଦିନ ତାଙ୍କ ଠାରୁ ଟଙ୍କା, ଟୁଆଲ ଓ ମୋବାଇଲ ଚାର୍ଜର ଆଣିଥିଲେ। ଏକଥା ଜାଣିବା ପରେ ମାଣିତରା ସରପଞ୍ଚ ମାଣିତରା ପଞ୍ଚାୟତକୁ ସଟ୍ ଡ଼ାଉନ ଘୋଷଣା କରିବା ସହ ପଜିଟିଭ ଚିହ୍ନଟ ବାପାଙ୍କୁ ଭେଟିଥିବା ପୁଅ ଓ ତିନି ଜଣ ସାଙ୍ଗକୁ ଅଲଗା ସଙ୍ଗରୋଧ କେନ୍ଦ୍ରରେ ରଖିଥିଲେ। ଏଠାରେ ପଜିଟିଭ ଚିହ୍ନଟ ବ୍ୟକ୍ତିଙ୍କ ନାମ ଜାଣିବା ପରେ କେହି ଭୟଭୀତ ହୋଇନଥିଲେ,ଅଧିକନ୍ତୁ ସରପଞ୍ଚ ଓ ଜନସାଧାରଣ ସଚେତନ ହୋଇ ପାରିଥିଲେ। ଏହାଯୋଗୁଁ ମାଣିତରା ପଞ୍ଚାୟତରେ ଏକ ସପ୍ତାହ ସଟ୍ ଡାଉନ ଘୋଷଣା ହୋଇ ଜନସମର୍ଥନ ପାଇ ପାରିଥିଲା। ମାଣିତରା ଘଟଣାକୁ ଯଦି ବିଚାରକୁ ନିଆଯିବ ତେବେ ଏହା ନିଶ୍ଚିତଯେ ପଜିଟିଭ ରିପୋର୍ଟ ସାର୍ବଜନୀନ ହେଲେ ଜନସାଧାରଣ ଅଧିକ ସଚେତନ ହେବା ସହ ବିଭିନ୍ନ ଗଣମାଧ୍ୟରେ ମଧ୍ୟ ଆନୁମାନିକ ମିଥ୍ୟା ଖବର ପ୍ରକାଶ ହୁଅନ୍ତାନାହିଁ। ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ପଜିଟିଭ ରିପୋର୍ଟ ପ୍ରକାଶ କଲେ ଉପକାର ହେବବୋଲି ଆଶା କରାଯାଉଛି।

ରିପୋର୍ଟ: ଅନିଲ୍ କୁମାର ମହାରଣା

LEAVE A REPLY

Please enter your comment!
Please enter your name here