ସୀମାରେ ଚୀନ୍-ଭାରତ ବିବାଦ ଯୋଗୁ ଅଯୋଧ୍ୟାରେ ଅଟକିଲା ରାମମନ୍ଦିର ନିର୍ମାଣ

0
291

 

ନୂଆଦିଲ୍ଲୀ,୧୯/୦୬/୨୦୨୦(ବ୍ୟୁରୋ ରିପୋର୍ଟ) ସୀମାରେ ଭାରତ ଓ ଚୀନ ବିବାଦ ଯୋଗୁ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କାମ ବନ୍ଦ ହେଲା। ଏଥିଲାଗି ରାମ ମନ୍ଦିର ଟ୍ରଷ୍ଟ ନିଜ ଯୋଜନାରେ ରୋକ ଲଗାଇଛନ୍ତି। ଏନେଇ ଟ୍ରଷ୍ଟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଥିବା ବେଳେ ଭାରତ-ଚୀନ ସୀମାରେ ପରିସ୍ଥିତି ଗୁରୁତର ଥିବା ଓ ଏବେ ଦେଶର ସୁରକ୍ଷା ସବୁଠୁ ମହତ୍ୱପୂର୍ଣ୍ଣ ବୋଲି ସୂଚିତ କରିଛି ।
ପୂର୍ବ ଲଦ୍ଦାଖର ଗଲୱାନ ଘାଟିରେ ଭାରତୀୟ ସେନାଙ୍କ ଉପରେ ଚୀନ ସେନା ଆକ୍ରମଣ କରିଛନ୍ତି। ଫଳରେ ୨୦ଜଣ ଭାରତୀୟ ଜବାନ ଶହିଦ ହେବା ଘଟଣା ଜଣାପଡିବା ପରେ ଟ୍ରଷ୍ଟ ବର୍ତ୍ତମାନ ଲାଗି ଶ୍ରୀରାମ ମନ୍ଦିର ନିର୍ମାଣ କାର୍ଯ୍ୟକୁ ଅଟକାଇବାକୁ ନିଷ୍ପତ୍ତି ନେଇଛି। ସୀମାରେ ସୈନିକଙ୍କ ମୃତ୍ୟୁକୁ ନେଇ ଟ୍ରଷ୍ଟ କ୍ଷୋଭ ପ୍ରକାଶ କରିବା ସହ ମନ୍ଦିର ନିର୍ମାଣର ଶୁଭ ଦେବା ଲାଗି ପରେ ପୁଣି ଏକ ତିଥି ଧାର୍ଯ୍ୟ ହେବ ବୋଲି କହିଛି।
ରାମମନ୍ଦିର ଟ୍ରଷ୍ଟ ପକ୍ଷରୁ ଶହିଦ ଜବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିବା ବେଳେ ଦେଶରେ ପରିସ୍ଥିତି ସ୍ୱଭାବିକ ହୋଇଥିବା ଅଧିକାରୀକ ଘୋଷଣା ପରେ ମନ୍ଦିର ନିର୍ମାଣ ନେଇ ପଦକ୍ଷେପ ନିଆଯିବ ବୋଲି ସୂଚିତ କରାଯାଇଛି। ଅନ୍ୟପକ୍ଷରେ ବିଭିନ୍ନ ହିନ୍ଦୁ ସଙ୍ଗଠନମାନେ ଅଯୋଧ୍ୟାରେ ଚୀନ ବିରୋଧୀ ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାପଡିଛି। ଏଥିରେ ହିନ୍ଦୁ ମହାସଭା କାର୍ଯ୍ୟକର୍ତ୍ତା ଚୀନ ପତାକା ପୋଡିଥିବା ବେଳେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ କୁଶପୁତ୍ତଳିକା ଦାହ କରିଛି ବିଶ୍ୱ ହିନ୍ଦୁ ପରିଷଦ।

LEAVE A REPLY

Please enter your comment!
Please enter your name here