ଚିକିଟି,୨୮/୦୬/୨୦୨୦(ଗଦାଧର ଶୁକ୍ଲ)ସମଗ୍ର ବିଶ୍ୱରେ ମହାମାରୀ କୋରନା କାୟା ବିସ୍ତାର କରି ଥିବା ବେଳେ ଆମ ଦେଶ ଭାରତ, ରାଜ୍ୟ ଓଡ଼ିଶା ସମେତ ଆମ ଗଞ୍ଜାମ ଜିଲ୍ଲା ବାଦ ପଡ଼ିନାହିଁ। କୋରନା ଜନିତ ସମସ୍ତ କ୍ଷେତ୍ରରେ ସହଯୋଗ କରି ଅସୁଥିବା କିଛି ବ୍ୟକ୍ତିଙ୍କୁ ଆଜି ମାନବାଧିକାର ବପରିଷଦ ପକ୍ଷରୁ ପରିଷଦର ରାଜ୍ୟ ସଭାପତି ଶ୍ରୀମତୀ ସସ୍ମିତା ଦାସ ଙ୍କ ନିର୍ଦ୍ଦେଶ କ୍ରମେ ମାନବାଧିକାର ପରିଷଦର ଗଞ୍ଜାମ ଜିଲ୍ଲା ବୋର୍ଡ଼ ସଭାପତି ସଞ୍ଜୟ କୁମାର ମହାରଣା ଙ୍କ ନେତୃତ୍ୱରେ ଆଜି ଏହି ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଚିକିଟି ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀଯୁକ୍ତ ସୁରେନ୍ଦ୍ରନାଥ ମୁର୍ମୁ, ଥାନା ଅଧିକାରୀ ମାଧବାନନ୍ଦ ନାୟକ, ଯୁବ ସମାଜ ସେବୀ ସୁରେନ୍ଦ୍ର ନାଥ ମଣ୍ଡଳ, ସୁଦୀପ୍ତ କୁମାର ପଟ୍ଟନାୟକ ସାମ୍ବାଦିକ ତ୍ରିପତି ସାହୁ, ନଳିନୀ କାନ୍ତ ପଟ୍ଟନାୟକ,ଗୀତାଞ୍ଜଳୀ ପଟ୍ଟନାୟକ ଙ୍କୁ କୋରନା ଯୋଦ୍ଧା ଭାବେ ଉପଢୌକନ ସହ ମାନପତ୍ର ପ୍ରଦାନ କରାଗଲା।ପରିଷଦ ର ମୂଖ୍ୟ ଉଧେଶ୍ୟ କହିଲେ ସମାଜ ସେବା, ବାଲ୍ୟ ବିବାହ,ନାରୀ ନିର୍ଯ୍ୟାତନା, ଗରିବ, ଅଶହାୟ,ଓ ବିକଳାଙ୍ଗ ଙ୍କୁ ସହଯୋଗ କରିବା ସହ ଜନ ସମାଜର ମୌଳିକ ଅଧିକାର ପାଇବାପାଇଁ ମାନବ ଅଧିକାର ର ମୁଳ ଲକ୍ଷ।ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ସାଇସତ୍ୟ ନ୍ୟୁଜ ଓ ର ଗଞ୍ଜାମ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ଓ ଓଡିଶା ଖବର ର ସାମ୍ବାଦିକ ଗଦାଧର ଶୁକ୍ଳ, କାର୍ଯ୍ୟାଳୟ ପ୍ରତିନିଧି ସନ୍ତୋଷ କୁମାର ରେଡ୍ଡୀ ,ସରପଞ୍ଚ ଆପ୍ପୋନା ସେଠୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।