ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ସରପଞ୍ଚ ॥

0
221

 

ଦିଗପହଣ୍ଡି,୨୮/୦୬/୨୦୨୦: ଦିଗପହଣ୍ଡି ବ୍ଳକ ସିଦ୍ଧେଶ୍ଵର ପଞ୍ଚାୟତରେ ବଢ଼ିଚାଲିଛି କରୋନା ପ୍ରଭାବ । ଜିଲ୍ଲା ପ୍ରଶାସନ ଓ କରୋନା ଯୋଦ୍ଧା ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । ଯାହାପରେ ରବିବାର ଠାରୁ ସଟ୍‌ଡାଉନ ଘୋଷଣା କରିଛନ୍ତି ସରପଞ୍ଚ ଅନୀତା କୁମାରୀ ସ୍ୱାଇଁ । ଏନେଇ ଗଞ୍ଜାମ ଜିଲା ପ୍ରଶାସନ ଓ ସ୍ଥାନୀୟ ପୋଲିସ ପ୍ରଶାସନ ସହ ସବିଶେଷ ଆଲୋଚନା ପରେ ସମଗ୍ର ପଞ୍ଚାୟତକୁ ଏକ ସପ୍ତାହ ପର୍ଯ୍ୟନ୍ତ ସଟ୍‌ଡାଉନ ଘୋଷଣା କରାଯାଇଥିବା ସରପଞ୍ଚ ଅନୀତା କୁମାରୀ କହିଛନ୍ତି ।
ସେପଟେ ସଟଡାଉନ୍ ସମ୍ପର୍କରେ ସମସ୍ତ ପଞ୍ଚାୟତ ବାସୀଙ୍କୁ ଜଣାଇ ଦିଆଯାଇଛି ବୋଲି ବିଡିଓ ହଳଧର ଶବର କହିଛନ୍ତି । ସଟ୍‌ଡାଉନ ସ୍ଥାନରେ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ବ୍ୟାପକ ସଚେତନତା କରାଯାଇଛି । ଏହା ବ୍ୟତିତ ଅନ୍ୟ ସବୁ ଖେତ୍ରରେ ମଧ୍ୟ ନୀୟମ କଡ଼ା କଡ଼ି କରାଯାଇଛି । ସଟ୍‌ଡାଉନ ସମୟରେ ଜରୁରୀ ସେବା ଯୋଗାଉଥିବା ସଂସ୍ଥା ବ୍ୟତୀତ ସମସ୍ତ ଦୋକାନ ବଜାର ବନ୍ଦ ରହିବ ।
ସଟ୍‌ଡାଉନ ସମୟରେ କେହିବି ଘରୁ ବାହାରିବେ ନାହିଁ । ପୋଖରୀରେ ଗାଧୋଇବା ଶୌଚ ହେବାକୁ ମନା କରାଯାଇଛି । ଜରୁରୀ କାମ ନଥିଲେ ଘରୁ ବାହାରିବେ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ରହିଛି । ଲୋକେ ଭୟଭୀତ ନ ହୋଇ ସାମାଜିକ ଦୂରତା ସହ ସମସ୍ତେ ମାସ୍କ ପିନ୍ଧିବା ଜରୁରୀ ବୋଲି ମାଇକ ଯୋଗେ ପ୍ରଚାର କରାଯାଇଥିବା ସରପଞ୍ଚ ପ୍ରତିନିଧି ସରୋଜ କୁମାର ଜେନା କହିଛନ୍ତି ।
ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରରୁ ଫେରି ହୋମ କ୍ଵାରେଣ୍ଟାଇନରେ ଥିବା କିଛି ପ୍ରବାସୀ ଓଡ଼ିଆଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ  କରୋନା ପଜେଟିଭ୍ ଚିହ୍ନଟ କରାଯାଇ ଚିକିତ୍ସା କରାଯାଉଛି । ଏ ନେଇ ରବିବାର ରିପୋର୍ଟ ମିଳିବା ପରେ ଏଭଳି ପଦକ୍ଷେପ ନିଆଯାଇଥିବା ଦିଗପହଣ୍ଡି ତହସିଲଦାର ଅଦ୍ଵୈତ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି ।

ରିପୋର୍ଟ: କ୍ରିଷ୍ଣା ରେଡ୍ଡି

LEAVE A REPLY

Please enter your comment!
Please enter your name here