ଦୟନୀୟ ସ୍ଥିତିରେ ପ୍ରବାସୀ ଶ୍ରମିକଙ୍କ ଅବସ୍ଥା ଡବ୍ଲୁଏଚଆରପିଓ ପକ୍ଷରୁ ସହାୟତା ଓ ରୋଜଗାର ଦାବି

0
213

 

ବ୍ରହ୍ମପୁର,୨୮/୦୬/୨୦୨୦(ବ୍ୟୁରୋ ରିପୋର୍ଟ) କରୋନା ସଂକ୍ରମଣ ପ୍ରଭାବ ହେତୁ ପ୍ରବାସୀ ଦୟନୀୟ ସ୍ଥିତିରେ ରହିଛନ୍ତି ।ଯେହେତୁ ସମସ୍ତ ଦୋକାନ ବଜାର ଏବଂ କଳ କାରଖାନା ବନ୍ଦ ରହିଛି ।ଏଣୁ ନିଜର ଅଭାବ ଅସୁବିଧା ନିମନ୍ତେ ଶ୍ରମିକ ଘରମୁହାଁ ହୋଇଥିବା ପ୍ରବାସୀଙ୍କ ଭବିଷ୍ୟତ ବର୍ତ୍ତମାନ ସଙ୍କଟରେ ରହିଛି । ଯେହେତୁ ରୋଜଗାର ବନ୍ଦ ହୋଇଯାଇଛି ତେଣୁ ଆଗାମୀ ଦିନରେ ପରିବାର ପ୍ରତିପୋଷଣ କରିବା ସେମାନଙ୍କ ନିମନ୍ତେ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏଣୁ ସରକାର ଅସହାୟ ଅବସ୍ଥାରେ ଥିବା ପ୍ରବାସୀଙ୍କୁ ସହାୟତା ଓ ରୋଜଗାର ତୁରନ୍ତ ଯୋଗାଇ ଦେବାକୁ ବିଶ୍ୱ ମାନବାଧିକାର ସୁରକ୍ଷା ସଂଗଠନ ଦକ୍ଷିଣ ଓଡିଶା ସଂଯୋଜକ ସତ୍ୟନାରାୟଣ ମିଶ୍ର ଦାବି କରିଛନ୍ତି । ଗଞ୍ଜାମ ଜିଲ୍ଲାର ବହୁ ଶ୍ରମିକ ବିଭିନ୍ନ ରାଜ୍ୟର କଳ କାରଖାନାରେ କାର୍ଯ୍ୟ କରୁଥିଲେ । କରୋନା ସଂକ୍ରମଣ ନିମନ୍ତେ ବର୍ତ୍ତମାନ ସମସ୍ତେ ଘରେ ରହିଛନ୍ତି। ବର୍ତ୍ତମାନ ସେମାନଙ୍କ ଜୀବିକା ବନ୍ଦ ହୋଇଯାଇଛି ଏଣୁ ସରକାର ତୁରନ୍ତ ସେମାନଙ୍କୁ ରୋଜଗାର ଯୋଗାଇବା ନିମନ୍ତେ ପଦେକ୍ଷପ ଗ୍ରହଣ କରିବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି । ସରକାର ନିକଟରେ ଘୋଷଣା କରିଥିବା ଆର୍ଥିକ ପ୍ୟାକେଜ ଗରିବ ଓ ଅସହାୟ ଶ୍ରମିକଙ୍କ ସମସ୍ୟା ସମାଧାନ ନିମନ୍ତେ ତୁରନ୍ତ କାର୍ଯ୍ୟକାରୀ କରିବା ଆବଶ୍ୟକତା ରହିଛି । ସରକାର ତୁରନ୍ତ ରୋଜଗାର ହରାଇ ଥିବା ପ୍ରବାସୀ ଓଡ଼ିଆ ଏବଂ ବେକାରୀ ଯୁବପିଢ଼ିଙ୍କୁ ନିଯୁକ୍ତି ପ୍ରଦାନ ନିମନ୍ତେ ବିଭିନ୍ନ ଯୋଜନାର ବ୍ୟାପକ ପ୍ରଚାର ପ୍ରସାର କରନ୍ତୁ । ପ୍ରତ୍ୟେକ ପ୍ରବାସୀ ଶ୍ରମିକଙ୍କୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ,ମୃତ ଏବଂ ଆହତ ପ୍ରବାସୀ ଶ୍ରମିକଙ୍କୁ ସହାୟତା,ସମସ୍ତଙ୍କୁ ନିଯୁକ୍ତି ସୁଯୋଗ,ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଫି ଛାଡ଼,ବିଦ୍ୟୁତ ବିଲ ଛାଡ଼ କରିବାକୁ ଦାବି ହୋଇଛି।ଏଥି ସହିତ ରାଜ୍ୟରେ ବନ୍ଦ ରହିଥିବା ସମସ୍ତ କଳ କାରଖାନା କାର୍ଯ୍ୟକ୍ଷମ ଏବଂ ଯୋଗ୍ୟ ହିତାଧିକାରୀ ନିକଟରେ ଯେପରି ବିଭିନ୍ନ ସରକାରୀ ସୁବିଧା ସୁଯୋଗ ପହଞ୍ଚିବ ସେଥି ନିମନ୍ତେ ସରକାର ପଦେକ୍ଷପ ଗ୍ରହଣ କରିବାକୁ ଶ୍ରୀ ମିଶ୍ର ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here