ଦିଗପହଣ୍ଡି,୩୦/୦୬/୨୦୨୦(ବ୍ୟୁରୋ ରିପୋର୍ଟ)ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘର ପରିବର୍ଦ୍ଧିତ ଆଲୋଚନା ସଭା ସୋମବାର ଓକିଲ ସଙ୍ଘ ର ନିଜସ୍ଵ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ ବାର କାଉନସିଲ ର ଆଦେଶ ପ୍ରକାରେ ସଭାରେ ସଂଘର ଅନ୍ତରୀଣ କମିଟି ଅଧ୍ୟକ୍ଷ ପରେଶ ଚନ୍ଦ୍ର ରଥ ଅଧ୍ୟକ୍ଷତା କରିଥିଲେ।ରାଜ୍ୟ ବାର କାଉନସିଲ ର ନିର୍ଦ୍ଦେଶନାମା ପ୍ରକାରେ ସଂଘର ଅନ୍ତରୀଣ କମିଟି ର ଦୁଇଜଣ ଅନୁମୋଦିତ ସଦସ୍ୟ ସୁରେଶ ଚନ୍ଦ୍ର ସାହୁ ଏବଂ ଅଶେଷ ନାଥ ମିଶ୍ର ଙ୍କ ମଧ୍ୟରୁ ଅଧ୍ୟକ୍ଷ ଙ୍କ ପ୍ରସ୍ତାବ କ୍ରମେ ସଭ୍ୟ ଅଶେଷ ନାଥ ମିଶ୍ର ଙ୍କୁ ସମ୍ପାଦକ ଏବଂ ସଂଘର ଉପଦେଷ୍ଟା ରୂପେ ସୁରେଶ ଚନ୍ଦ୍ର ସାହୁ ଙ୍କୁ ସର୍ବସମ୍ମତକ୍ରମେ ଚୟନ କରାଯାଇ ରାଜ୍ୟ ବାର କାଉନସିଲ ର ଅନୁମୋଦନ କ୍ରମେ ଓକିଲ ସଂଘର ନିର୍ଦ୍ଧାରଣ ନକଲକୁ ପ୍ରେରଣ କରାଗଲା। ସଭାରେ ସଂଘର ବହୁ ସଂଖ୍ୟକ ସଦସ୍ୟ ଉପସ୍ଥିତ ଥିଲେ।