ପାରଳାଖେମୁଣ୍ଡି,୦୪/୦୭/୨୦୨୦: ଗଜପତି ଜିଲ୍ଲାରେ ଆଉ ୬ ପଜୋଟିଭ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୪୪୭ ରେ ପହଞ୍ଚିଛି, ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇଜଣ କୋରନା ଯୋଦ୍ଧା ଓ ଅନ୍ୟ ଚାରି ଜଣ ଘରଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ଅନୁପମ ସାହା। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ପାରଳାଖେମୁଣ୍ଡି ମୁନିସିପାଲିଟି ଓ ଗୋଷାଣି ବ୍ଳକ ଅଞ୍ଚଳର ଜଣେ ଲେଖାଏଁ ଆକ୍ରାନ୍ତ ହୋଇଥିବା ବେଳେ ମୋହନା ବ୍ଲକ ଅଞ୍ଚଳର ଦୁଇ ଜଣ ସଙ୍କ୍ରମିତ ହୋଇଛନ୍ତି।
ରିପୋର୍ଟ: ପ୍ରଭାତ କୁମାର ପାତ୍ର