ସାମ୍ବାଦିକଙ୍କ ହସ୍ତକ୍ଷେପ ଯୋଗୁଁ ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ କରୋନା ରୋଗୀ ହେଲେ ଉପକୃତ …

0
359

 

ବ୍ରହ୍ମପୁର,୦୫/୦୭/୨୦୨୦(ବ୍ୟୁରୋ ରିପୋର୍ଟ) କରୋନା ପାଇଁ ସମସ୍ତେ ଚିନ୍ତିତ । ଧୀରେ ଧୀରେ କରୋନା ତାର କାୟ ବିସ୍ତାର କରି ଚାଲିଛି । କରୋନା ମୁକାବିଲା ପାଇଁ ସରକାର ପ୍ରାଣ ମୂର୍ଚ୍ଛା ଉଦ୍ୟମ ଚଳାଇବା ସହ କରୋନା ରୋଗୀଙ୍କ ପାଇଁ ରାଜ୍ୟ ସରକାର ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ କୋଭିଡ଼ କେୟାର ହସ୍ପିଟାଲରେ ଦାୟିତ୍ଵ ରେ ଥିବା ଅଧିକାରୀଙ୍କ ଅବହେଳା ଯୋଗୁ ରୋଗୀଙ୍କୁ ମୌଳିକ ସୁବିଧା ମିଳିପାରୁନଥିବାକୁ ନେଇ ଅଭିଯୋଗ ହୋଇଥିଲା । ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲା ଶୀତଳାପଲ୍ଲୀ ସ୍ଥିତ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ କୋଭିଡ଼ କେୟାର ହସ୍ପିଟାଲରୁ ଗତ କିଛି ଦିନ ତଳେ ପାନୀୟ ଜଳ ଓ ନିମ୍ନମାନର ଖାଦ୍ୟ ସମସ୍ୟାକୁ ନେଇ କିଛି ପଜିଟିଭ ରୋଗୀ ସ୍ବେଚ୍ଛାସେବୀ ତଥା ସାମ୍ବାଦିକ ଲଲାଟେନ୍ଦୁ ଚୌଧୁରୀଙ୍କୁ ସମସ୍ୟା ବିଷୟରେ ଜଣାଇଥିଲେ । ଏଠାରେ ବର୍ତମାନ ୨୦୦ରୁ ଉର୍ଦ୍ଧ ପଜିଟିଭ ଓ ସନ୍ଧିଗ୍ଧ ରୋଗୀଙ୍କୁ ରଖି ଚିକିତ୍ସା କରାଯାଉଛି । ସେହିପରି ଏହି ହସ୍ପିଟାଲ୍ ରେ ପ୍ରାୟ ୮୦ରୁ ଉର୍ଦ୍ଧ ଡକ୍ଟର, ନର୍ସ, ସ୍ବାସ୍ଥ୍ୟକର୍ମୀ ଓ ତଳିଆ କର୍ମଚାରୀ କାର୍ଯ୍ୟରତ ଅଛନ୍ତି । ଏହି ସେଣ୍ଟରର ତଦାରଖ ଦାୟିତ୍ଵରେ ଜଣେ ପ୍ରଶାସନିକ ଅଧିକାରୀଙ୍କୁ ନୀୟୋଜିତ କରାଯାଇଥିଲେ ମଧ୍ୟ ନିମ୍ନମାନର ଜଳଖିଆ, ଖାଦ୍ୟ ଓ ପାନୀୟ ଜଳ ସମସ୍ୟାକୁ ନେଇ ଭିଡିଓ ମାଧ୍ୟମରେ ସାମ୍ବାଦିକ ଶ୍ରୀ ଚୌଧୁରୀଙ୍କୁ ଜଣାଇଥିଲେ । ଖବର ପାଇବା ମାତ୍ରେ ଶ୍ରୀ ଚୌଧୁରୀ ଗଞ୍ଜାମ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଗଞ୍ଜାମ ଏସପିଙ୍କ ସହ ଯୋଗାଯୋଗ କରି ସମସ୍ୟା ବିଷୟରେ ଅବଗତ କରାଇଥିଲେ । ଏହାପରେ ଜିଲାପାଳ ଶ୍ରୀ ବିଜୟ ଅମୃତ କଲୁଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ସଙ୍ଗେ ସଙ୍ଗେ ରୋଗୀ ମାନଙ୍କୁ ସମସ୍ତେ ସୁବିଧା ମିଳିଛି ବୋଲି ସମସ୍ତ ରୋଗୀ ପ୍ରକାଶ କରିଛନ୍ତି ଏବଂ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଗଞ୍ଜାମ ଏସପି, ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀ, ତଳିଆ କର୍ମଚାରୀ, ସାମ୍ବାଦିକ ଓ ସାମ୍ବାଦିକା ଭାଇ ଭଉଣୀମାନଙ୍କୁ ସମସ୍ତ ରୋଗୀମାନେ ଧନ୍ୟବାଦ ଜଣାଇଥିଲେ ଏବଂ ସମୟୋଚିତ ପଦକ୍ଷେପ ଯୋଗୁଁ ସେମାନେ ସମସ୍ତ ସୁବିଧା ପାଇ ପାରିଲେ।

LEAVE A REPLY

Please enter your comment!
Please enter your name here