ବାଲିପଦରରେ ଦୁଇ ପଜିଟିଭ ଚିହ୍ନଟ, ଦୁଇ ସାହି ସଟ୍ ଡାଉନ ଘୋଷଣା କଲେ ସରପଞ୍ଚ

0
494

ବୁଗୁଡା,୦୫/୦୭/୨୦୨୦: ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକର ବାଲିପଦର ଗ୍ରାମରେ ଦୁଇଜଣ ପଜିଟିଭ ଚିହ୍ନଟ ହେବା ପରେ ବାଲିପଦର ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ଜେନା ବାଲିପଦରର କୁମୁଟି ସାହି ଓ ମେଇନ ରୋଡ଼ ସାହିକୁ ସଟ୍ ଡାଉନ ଘୋଷଣା କରିଛନ୍ତି। ଏହି ବିଷୟ ନେଇ ସରପଞ୍ଚ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର ଓ ତହସିଲଦାର ସଂଗ୍ରାମ କେଶରୀ ଜେନା ଙ୍କୁ ଅବଗତ କରାଇଥିବା ସରପଞ୍ଚ ଶ୍ରୀ ଜେନା ଉଲ୍ଲେଖ କରିଛନ୍ତି। ଆଜି ଅର୍ଥାତ ଜୁଲାଇ ୫ ତାରିଖ ଠାରୁ କୁମୁଟି ସାହିକୁ ସାତ ଦିନ ପାଇଁ ନିଷିଦ୍ଧାଞ୍ଚଳ ଘୋଷଣା କରିଥିବା ବେଳେ ଆସନ୍ତା ଜୁଲାଇ ୭ ତାରିଖ ଠାରୁ ଜୁଲାଇ ୧୩ ତାରିଖ ପର୍ଯ୍ୟନ୍ତ ଦିବା ୧୦ ଘଣ୍ଟା ଠାରୁ ସକାଳ ୬ ଘଣ୍ଟା ପର୍ଯ୍ୟନ୍ତ ମେଇନ ରୋଡ଼ ସାହିକୁ ସଟ୍ ଡାଉନ ଘୋଷଣା କରିଛନ୍ତି। ସକାଳ ୬ ଘଣ୍ଟା ଠାରୁ ୧୦ ଘଣ୍ଟା ପର୍ଯ୍ୟନ୍ତ କେବଳ ଅତ୍ୟାବଶ୍ୟକ କିରାଣୀ, ଫଳ ଓ ପନିପରିବା, ଏବଂ କୃଷି ସମ୍ବନ୍ଧୀୟ ଦୋକାନ ଖୋଲା ରହିବ। ପୂର୍ବାହ୍ନ ୧୦ ଟା ଠାରୁ ପର ଦିନ ସକାଳ ୬ ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସଟ୍ ଡାଉନ ରହିବ।

ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here