ଏମ୍.କେ.ସି.ଜି ମେଡିକାଲ MRI ଦୁର୍ନୀତିର ମୂଳ ତଦନ୍ତ ଦାବି କରିଲା ପବ୍ଲିକ୍ ରାଇଟ୍ସ ଆସୋସିଏସନ

0
213

 

ବ୍ରହ୍ମପୁର,୦୬/୦୭/୨୦୨୦(ବ୍ୟୁରୋ ରିପୋର୍ଟ) ବର୍ତ୍ତମାନ ଭଳି ମହାମାରୀ ସମୟରେ ଦକ୍ଷିଣ ଓଡିଶାର ପ୍ରମୁଖ ମେଡିକାଲ ଭାବରେ କାର୍ଯ୍ୟରତ ବ୍ରହ୍ମପୁର ଏମକେସିଜି ମେଡିକାଲ ଉପରେ ରାଜ୍ୟ ତଥା ରାଜ୍ୟ ବାହାରର ଅଧିକାଂଶ ଲୋକ ଚିକିତ୍ସା ପାଇଁ ନିର୍ଭର କରିଥାନ୍ତି । ତେବେ ମେଡିକାଲର ଏମଆରଆଇ ମେସିନ ଅଚଳବସ୍ଥାରେ ପଡି ରହିଥିବାରୁ ରୋଗୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେହିଭଳି ଅନେକ ସମସ୍ୟାର ସମାଧାନ ପାଇଁ ପବ୍ଲିକ ରାଇଟସ ଆସୋସିଏସନ ନଗର ସଭାପତି ସତ୍ୟ ଚେତନ୍ ପରିଡାଙ୍କ ନେତୃତ୍ୱରେ ଏମକେସିଜି ମେଡିକାଲ ଅଧ୍ୟକ୍ଷଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି । ଏହା ବ୍ୟତୀତ ଏମଆରଆଇ ମେସିନି ଚାଇନା ନିର୍ମିତ ହୋଇଥିବାବେଳେ ଏହା ବହୁବାର ଖରାପ ହେଉଥିବାରୁ ନୂତନ ମେସିନ ଅବସ୍ଥାପିତ କରାଯିବା ସହ ମେଡିକାଲକୁ ଆସୁଥିବା ରୋଗୀ ଏମଆରଆଇ ପାଇଁ ଘରୋଇ ନିଦାନ କେନ୍ଦ୍ର ଉପରେ ନିର୍ଭର ନ କରିବା ଲାଗି ପରାମର୍ଶ ନ ଦେବା , ମେଡିକାଲରେ ରୋଗୀଙ୍କ ଠାରୁ ଅର୍ଥ ଆଦାୟ ବନ୍ଦ କରି ମାଗଣାରେ ଏମଆରଆଇ ପାଇଁ ଉପଯୁକ୍ତ ସେବା ଓ ସୁବିଧା ଉପଲବ୍ଧ କରାଯାଉ ବୋଲି ଆସୋସିଏସନ ପକ୍ଷରୁ ଦାବୀ କରାଯାଇଛି । ଅନ୍ୟପଟେ ଆସୋସିଏସନର ସଦସ୍ୟମାନେ ବୁର୍ଲା ଏମଆରଆଇ ଘଟଣାର ପର୍ଦ୍ଦାଫାଶ ହେବାପରେ ଏମଆରଆଇ ର ଠିକା ନେଇଥିବା ସଂସ୍ଥା କ୍ରୀଷ୍ଣା ଡାଇଗ୍ନୋଷ୍ଟିକର ଓଡିଶା ସେଲସ ମ୍ୟାନଜର ବ୍ରହ୍ମପୁର ର ସନ୍ତୋଷ କୁମାର ସାହୁ ଯିଏକି ୨୦୧୭ ମସିହାରେ ଅଣ୍ଡର ୱଲଡ଼ ଲିଙ୍କ ସହ ଜଡିତ ଘଟଣାରେ ମୁମ୍ବାଇ ପୋଲିସ ଏବଂ ଗଞ୍ଜାମ ପୋଲିସ ଗିରଫ କରିଥିଲା । ପରେ ସେ ୨୦୧୯ ମସିହାରେ ସର୍ତ୍ତ ମୂଳକ ଜାମିନ ରେ ଆସି କିଭଳି ଏହି ଠିକା ସଂସ୍ଥାର ସେଲସ ମ୍ୟାନେଜର ଭାବେ ନିୟୋଜିତ ହେଲେ ଏବଂ ଏଭଳି ଏକ ଅସାମାଜିକ ବ୍ୟକ୍ତି କୁ କିଭଳି ନିଯୁକ୍ତି ଦିଆଗଲା ସେ ନେଇ ସଠିକ ତଦନ୍ତ କରିବା ସହ ଉକ୍ତ ଡାଇଗ୍ନୋଷ୍ଟିକ ସଂସ୍ଥାକୁ ହଟାଯାଇ ଅନ୍ୟ କୌଣସି ସଂସ୍ଥାକୁ ଏହି ଦାୟିତ୍ୱ ଦିଆଯାଉ ବୋଲି ବଡ ମେଡ଼ିକାଲ ଅଧିକ୍ଷକଙ୍କୁ ଆସୋସିଏସନ ଦାବି ଉପସ୍ଥାପନା କରିଛି । ଏହି ପରିପ୍ରେକ୍ଷୀରେ ଆସୋସିଏସନ ର ରାଷ୍ଟ୍ରୀୟ ସଂଗଠନ ମହାସଚିବ ଡାକ୍ତର ଭବାନୀ ଶଙ୍କର ଦାସ, ରାଜ୍ୟ ଉପ ସଭାପତି ମଧୁସୂଦନ ସାହୁ, ଶ୍ରମିକ ସେଲ ଜିଲ୍ଲା ଉପ ସଭାପତି ସୂର୍ଯ୍ୟ ନାରାୟଣ ଦାସ, ନୀଳାଞ୍ଚଳ ପଣ୍ଡା, ବିଶ୍ଵଦେଵ, କୃଷ୍ଣ ଚନ୍ଦ୍ର ଚୌଧୁରୀ, ସନ୍ତୋଷ କୁମାର ହୋତା, ରୁନା ପାଣିଗ୍ରାହୀ, ଅମ୍ବୁଜା ସାହୁ, ଚନ୍ଦ୍ରଶେଖର ପ୍ରଧାନ, ଉମା ଶଙ୍କର ପାଣିଗ୍ରାହୀ, ନିଗମାନନ୍ଦ ଦାସ, ବାବୁଲା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here