ବ୍ରହ୍ମପୁର,୦୬/୦୭/୨୦୨୦(ବ୍ୟୁରୋ ରିପୋର୍ଟ) ଖାଁ ଖାଁ ଦିଶୁଛି ଶୈବ ପୀଠ ।
ଆଜି ଶ୍ରାବଣ ମାସ ପ୍ରଥମ ସୋମବାର। ହେଲେ ଶୈବ ପୀଠ ଗୁଡ଼ିକ ଖାଁ ଖାଁ । ଚଳିତ ବର୍ଷ କୋରାନ ପାଇଁ କଟକଣା ଥିବାରୁ
ବୋଲବମ୍ ଯାତ୍ରା ଉପରେ ସରକାର ପ୍ରତିବନ୍ଧକ ଲଗେଇଛନ୍ତି । ଫଳରେ କାଉରିଆ ମାନେ ଏଥର ଜଳ ଲାଗି କରିବାକୁ ଆସିନାହାନ୍ତି । କେବଳ ପାରମ୍ପରିକ ରୀତି ନୀତି ଅନୁଯାୟୀ ପୂଜା ଅର୍ଚ୍ଚନା କରାଯାଉଛି।
ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ବରଗାଁ ଠାରେ ଶ୍ରୀ ଶ୍ରୀ ଶ୍ରୀ ନୁସିଂହ ନାଥ ପଞ୍ଚୁ ମହାଦେବ ଙ୍କ ଶୈବ ପୀଠ ଅବସ୍ଥିତ । ପ୍ରତି ବର୍ଷ ଶ୍ରାବଣ ମାସ ର ପ୍ରତ୍ୟେକ ସୋମବାର ରେ ଏହି ପୀଠରେ ହଜାର ହଜାର ଭକ୍ତ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଚଳିତ ବର୍ଷ ମନ୍ଦିର ପରିସରରେ ଜଣେ ବି ଭକ୍ତ ଦେଖିବକୁ ମିଳୁନି । ଏହି ମନ୍ଦିର ରେ ଥିବା ୪ ଟି ଦ୍ଵାର କୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆ ଯାଇଛି । ମନ୍ଦିର ପରିଚାଳକ ଙ୍କ ନିର୍ଦ୍ଦେଶ କ୍ରମେ ସାଧାରଣ ଭକ୍ତ ଙ୍କ ପ୍ରବେଶ କୁ ବାରଣ କରାଯାଇଛି ।