କବିସୂର୍ଯ୍ୟନଗର ଅଞ୍ଚଳ ର ନିଆରା ମଣିଷ “ଏ. ବ୍ରହ୍ମାନନ୍ଦ ଆଚାରୀ”

0
257

 

ଗଞ୍ଜାମ, ୦୬/୦୭/୨୦୨୦ (ଟୁକୁନା ପ୍ରଧାନ) – : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ଯନଗର ଅଞ୍ଚଳର ଏକ ନିଆରା ମଣିଷ ହେଉଛନ୍ତି ଏ. ବ୍ରହ୍ମାନନ୍ଦ ଆଚାରୀ ବୟସ ପାଖାପାଖି( ୪୫) ଅବିବାହିତ ନିଶାରେ ଜଣେ ପ୍ରକୃତିପ୍ରେମୀ ତଥା ସମାଜସେବୀ ।ବୃକ୍ଷ ରୋପଣ ଏବଂ ସଚେତନତା ପାଇଁ ମଧ୍ଯ ସେ ପ୍ରକୃତି ବନ୍ଧୁ ପୁରସ୍କାର ପାଇଛନ୍ତି । ବିଭିନ୍ନ ସମୟରେ ସେ ଏକ ସାଇକେଲ ଧରି ମୁଣ୍ଡରେ ଏକ କାଠି ଦ୍ଵାରା ନିର୍ମିତ ଟୋପି ପିନ୍ଧି ସାଇକେଲ ରେ ଏକ ସଚେତନତା ବାର୍ତ୍ତା ଫଳକ ମାରି ବୃକ୍ଷ ରୋପଣ ଏବଂ ଏହାର ସୁରକ୍ଷା ବାର୍ତ୍ତା ନେଇ ଚାରିଆଡ଼େ ବୁଲି ବୁଲି ଲୋକମାନଙ୍କୁ ସଚେତନ କରାନ୍ତି । ବର୍ତ୍ତମାନ ମଧ୍ଯ ସେ କୋଭିଡ୍ ସମୟରେ ଯୋଦ୍ଧା ମାନଙ୍କୁ ସମ୍ମାନ ଜଣେଇବା ପାଇଁ ଏବଂ ଏହାର ଭୟାଭୟ ବିଷୟରେ ସଚେତନ କରାଇବା ପାଇଁ ସାଇକେଲ୍ ଧରି ବାହାରି ପଡ଼ନ୍ତି । ବିଭିନ୍ନ ସମୟରେ ସମାଜସେବା ପାଇଁ ବିଭିନ୍ନ ଅନୁଷ୍ଠାନ ଏବଂ ରାଜ୍ୟପାଳ ଙ୍କ ଠାରୁ ମଧ୍ଯ ସେ ପୁରସ୍କୃତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here