କୁସପଡା ଗ୍ରାମକୁ ସଟଡାଉନ୍ କଲେ ସରପଞ୍ଚ

0
285

 

ଦିଗପହଣ୍ଡି,୦୬/୦୭/୨୦୨୦:ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ କୁସପଡା ଗ୍ରାମକୁ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ୭ ଦିନ ପାଇଁ ସଟଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ ଶ୍ରୀମତି. ଏସ୍.ରୀନା ଦୋରା। ରବିବାର ଦିନ କୁସପଡା ଗ୍ରାମର ବଡ ସାହି ରେ ଏକ କରୋଣା ଆକ୍ରାନ୍ତ ଚିହ୍ନଟ ହେଲା ପରେ ସଟଡାଉନ୍ ଘୋଷଣା କରିଥିବା ଜଣାଇଥିଲେ ସ୍ଥାନିୟ ସରପଞ୍ଚ ଶ୍ରୀମତି ଦୋରା। ଏ ନେଇ ପ୍ରଶାସନ କୁ ଅବଗତ କରାଜାଇଥିବା ନେଇ ଜଣାଇଥିଲେ ସରପଞ୍ଚ ପ୍ରତିନିଧି ଏସ୍ ଗାନ୍ଧି ଦୋରା।ଗ୍ରାମରେ ଜରୁରୀ କଳୀନ ସେବା ଛାଡି ଅନ୍ୟସବୁ ସେବା କାର୍ଯ୍ୟ କୁ ବାରଣ କରାଯାଇଛି। ପୋଖରୀ ଗାଧେଇ ବାକୁ ବାରଣ କରାଯାଇଅଛି। ଅତି ଅବଶ୍ୟକତା ନଥିଲେ ଘରୁ ନ ବାହାରିବା କୁ ପରାମର୍ଶ ଦିଆଜାଇଛି।

ରିପୋର୍ଟ : କ୍ରିଷ୍ଣା ରେଡ୍ଡି

LEAVE A REPLY

Please enter your comment!
Please enter your name here