ଗଞ୍ଜାମ ଜିଲ୍ଲାପାଳ ଙ୍କ ବାର୍ତ୍ତା

0
179

ଛତ୍ରପୁର,୦୬/୦୭/୨୦୨୦(ବ୍ୟୁରୋ ରିପୋର୍ଟ) ଗଞ୍ଜାମ ଜିଲ୍ଲାପାଳ ଙ୍କ ବାର୍ତ୍ତା
ଗଞ୍ଜାମ ଜିଲ୍ଲାର କୋଭିଡ୍ – ୧୯ କାର୍ଯ୍ୟ ସମ୍ପାଦନରେ ନିୟୋଜିତ ୪ ଜଣ କୋଭିଡ୍ ଯୋଦ୍ଧାଙ୍କ ଅକାଳ ବିୟୋଗରେ ଜିଲ୍ଲା ପ୍ରଶାସନ ଗଞ୍ଜାମ ଗଭୀର ଶୋକ ପ୍ରକାଶ କରିଛନ୍ତି ।
କୋଭିଡ୍ ଯୋଦ୍ଧା ଶ୍ରୀମତୀ ଭାରତୀ ସ୍ବାଇଁ ସ୍ବାମୀ- ଶ୍ରୀ ବିକ୍ରମ ସ୍ବାଇଁ , ଅଙ୍ଗନଓ୍ବାଡି କର୍ମୀ, ଖୋଳାଖୋଳି ଗ୍ରାମ, ବୁଗୁଡା ବ୍ଳକ୍ ।
କୋଭିଡ୍ ଯୋଦ୍ଧା ଶ୍ରୀ ସୀମାଞ୍ଚଳ ଶତପଥୀ ପିତା- ରାଜକିଶୋର ଶତପଥୀ, କନିଷ୍ଠ ଶିକ୍ଷକ (ଚୁକ୍ତି ଭିତ୍ତିକ) ଏସ୍. ପଙ୍କଳବାଡି ପ୍ରାଥମିକ ବିଦ୍ୟାଳୟ, କବିସୂର୍ଯ୍ୟନଗର ବ୍ଲକ୍
କୋଭିଡ୍ ଯୋଦ୍ଧା ଶ୍ରୀ ସୁଧାର୍ଥ ଶଙ୍କର ପାଢୀ, ଶିକ୍ଷକ, କେ ରାଇସିଙ୍ଗି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଆସ୍କା ବ୍ଲକ୍ ।
କୋଭିଡ୍ ଯୋଦ୍ଧା ପି. ସୁରେଶ କୁମାର, କନିଷ୍ଠ ଯନ୍ତ୍ରୀ, ଧରାକୋଟ ବ୍ଲକ୍ ।
ଉପରୋକ୍ତ କୋଭିଡ୍ ଯୋଦ୍ଧାଗଣଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଅନୁରାଗ ସହ ମାନବିକତାର ପରିଚୟ ଦେଇଥିଲେ । ଅନ୍ୟମାନଙ୍କ ଜୀବନକୁ ସୁରକ୍ଷିତ କରିବା ଦିଗରେ ଜୀବନ ଉତ୍ସର୍ଗୀକୃତ କରିଛନ୍ତି । ଏହି ଯୋଦ୍ଧା ମାନଙ୍କ ବିୟୋଗ ଗଞ୍ଜାମ ଜିଲ୍ଲା ଓ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି । ଏହି ଦୁଃଖଦ ଘଡିସନ୍ଧି ମୁହୂର୍ତ୍ତରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ତାଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିବା ସହ ଏମାନଙ୍କ ଅମର ଆତ୍ମାର ସଦଗତି ପ୍ରାପ୍ତି କାମନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here