କନ୍ୟାରି ପଞ୍ଚାୟତ ରେ ବନମହୋତ୍ସବ ପାଳିତ

0
259

ଗଞ୍ଜାମ, ୦୬/୦୭/୨୦୨୦ (ଟୁକୁନା ପ୍ରଧାନ) ଆଜି ଗିରିଜା ଯୁବକ ସଂଘ, କନ୍ୟାରି ଏବଂ ଉତ୍କଳ ଛାତ୍ର ସଂଗଠନ, ଭୁବନେଶ୍ବର ଙ୍କ ମିଳିତ ସହଯୋଗରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ଯନଗର ବ୍ଳକ ଅନ୍ତର୍ଗତ କନ୍ୟାରି ଗ୍ରାମ ପଞ୍ଚାୟତ ର ଗିରିଜା ପାହାଡ (ସୁବଳୟା) ରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ପ୍ରତିନିଧି ସଞ୍ଜୟ କୁମାର ପ୍ରଧାନ, ସମ୍ମାନିତ ଅତିଥି ଭାବେ ସମିତିସଭ୍ଯ ପୂର୍ଣ୍ଣ ଚନ୍ଦ୍ର ସାହୁ, ସ୍ଵତନ୍ତ୍ର ଅତିଥି ଭାବେ ଶିକ୍ଷକ ବଳରାମ ସାହୁ, ଅବସରପ୍ରାପ୍ତ ଶିକ୍ଷକ ଦେବେନ୍ଦ୍ର ନାଥ ସାହୁ, ଅବସରପ୍ରାପ୍ତ ସେନା ବାହିନୀ ଅଧିକାରୀ ସୁଦେଶ କୁମାର ସାହୁ ପ୍ରମୁଖ ଯୋଗ ଦେଇ ବନ ମହୋତ୍ସବ ପାଳନ ର ଉଦ୍ଦେଶ୍ୟ ଏବଂ ବୃକ୍ଷ ରୋପଣ ର ମହତ୍ତ୍ଵ ବିଷୟରେ କହିଥିଲେ । ଏଥି ସହିତ ପାହଡ ରେ ବିଭିନ୍ନ ପ୍ରକାର ର ବୃକ୍ଷ ରୋପଣ କରାଯାଇଥିଲା । ଉପସ୍ଥିତ ଅନ୍ୟ ମାନଙ୍କ ମଧ୍ୟରେ ଗିରିଜା ଯୁବକ ସଂଘ ର ସଭାପତି ରବିନ୍ଦ୍ର ନାୟକ, ସମ୍ପାଦକ ସମୀର ପ୍ରଧାନ, ସଦସ୍ୟ ଅଜିତ କୁମାର ସାହୁ, ନୀଳକଣ୍ଠ ପ୍ରଧାନ, ମିଥୁନ କୁମାର ସାହୁ, ପପୁନ ବେହେରା, ଆଲୋକ କୁମାର ପ୍ରଧାନ, ଦୀପକ ପ୍ରଧାନ, ପଦ୍ମନାଭ ପ୍ରଧାନ, ସାଗର ପ୍ରଧାନ, କାହ୍ନୁ ଚରଣ ପ୍ରଧାନ, ଉତ୍କଳ ଛାତ୍ର ସଂଗଠନ ର ଗଞ୍ଜାମ ଜିଲ୍ଲା ସାଂଗଠନିକ ସଚିବ ଶ୍ରୀଗଣେଶ ମହାପାତ୍ର ସମେତ ଅନ୍ୟ ମାନେ ଉପସ୍ଥିତ ରହିବା ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । ରାଜ୍ୟପାଳ ପୁରସ୍କାରପ୍ରାପ୍ତ ତଥା ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ପ୍ରକୃତିପ୍ରେମୀ ଏ. ବ୍ରହ୍ମାନନ୍ଦ ଆଚାରୀ ଯୋଗ ଦେଇ ସମସ୍ତ ଙ୍କୁ ଉତ୍ସାହିତ କରିଥିଲେ ।

LEAVE A REPLY

Please enter your comment!
Please enter your name here