ଗଞ୍ଜାମ,୧୧/୦୭/୨୦୨୦ ( ଟୁକୁନା ପ୍ରଧାନ)-: ମାତାଲ୍ ଡ୍ରାଇଭର ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହେଲା କୋଭିଡ୍ ୧୯ କେୟାର୍ ଗାଡି ।ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ କାର୍ଯ୍ଯାଳୟ ନିକଟସ୍ଥ ମୁଖ୍ୟ ରାସ୍ତା କଡରେ ଗଛକୁ ପିଟିଲା କୋଭିଡ୍ ଭ୍ଯାନ। ସୂଚନା ଅନୁସାରେ ଏସ୍ ଛଚିନା ଠାରୁ କୋଭିଡ୍ ୧୯ ରୋଗୀକୁ ଆଣିବାକୁ ଯାଇଥିବା ଏହି ଭ୍ଯାନର ଡ୍ରାଇଭର ମାତାଲ୍ ହୋଇ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛକୁ ପିଟି ହୋଇ ଯାଇଥିବା ବେଳେ ଆହତ ନିଶାଗ୍ରସ୍ତ ଡ୍ରାଇଭରକୁ ଆମ୍ବୁଲାନ୍ସ ସାହାଯ୍ୟରେ ହସ୍ପିଟାଲକୁ ପଠାଇ ଦିଆଯାଇଛି। ଘଟଣା ସ୍ଥଳରେ ବେଗୁନିଆପଡ଼ା ପୋଲିସ ପହଞ୍ଚି ତଦନ୍ତ କରୁଛି ।