୧୧୧ତମ ଦିବସରେ କରୋନା ସଚେତନତା ଓ ସମୀକ୍ଷା ବୈଠକ

0
321

 

ଯାଜପୁର, ୧୧/୦୭/୨୦୨୦(ବ୍ୟୁରୋ ରିପୋର୍ଟ) ସଚେତନତା ଦ୍ୱାରା ବିଶ୍ଵରୁ ମହାମାରୀ କରୋନାକୁ ବିନାଶ କରି ସୁସ୍ଥ ସମାଜ ଗଢିବା ପାଇଁ ଆନ୍ତର୍ଜାତିୟ,ଜାତୀୟ ତଥା ରାଜ୍ୟ ସ୍ତରରେ ବହୁ ପଦକ୍ଷେପ ମାନ ନିଆଯାଉଥିବା ବେଳେ ମାର୍ଚ୍ଚ ୨୨ ତାରିଖରୁ ଅଦ୍ୟାବଧି ଆଜକୁ ଦୀର୍ଘ ୧୧୧ଦିନ ଧରି ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକସଂଗଠନ ଚିନ୍ମୟ ପ୍ରତିଷ୍ଠାନ ଓ ପ୍ରତିଷ୍ଠାନଦ୍ୱାରା ପରିଚାଳିତ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ପକ୍ଷରୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରୀରହିଛି।ସାରା ରାଜ୍ୟର କଳାହାଣ୍ଡି, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା ସମେତ ସମସ୍ତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରିଲିଫ ବଣ୍ଟନ ସହ ବିଭିନ୍ନ ସଚେତନତା ମୂଳକ ସାଂସ୍କୃତିକ କାର୍ଯ୍ୟକ୍ରମ ପାଲା, ଦାସକାଠିଆ, ଦୁଆରୀ,ନବରଙ୍ଗୀ, ନାଟକ,ଗୀତିନାଟ୍ୟ, ଲାଉଧୁଡୁକି,କେନ୍ଦରା,ଖଞ୍ଜଣି ଆଦି ମାଧ୍ୟମରେ ସଚେତନ କରାଯାଉଥିବାର ଦେଖିବାକୁ ମିଳିଥିଲା।ଗୀତିନାଟ୍ୟ କରୋନା ବଦ୍ଧ, ନାଟକ ବିକ୍ରମ ବେତାଳ,ଦାଦନ କରୁଛି ସଚେତନ,ଦାଦନ,ବରାବେପାରୀ,ଜମ କରୁଛି ସଚେତନ,ମଙ୍ଗୁଲୁ, ଦାଦନ କାନ୍ଦୁଛି କରୋନା ପାଇଁ, ପାଗଳା କରୁଛି ସଚେତନ,ଗନ୍ଧିନନାର ଚେତା ପଶିଲା,ପାଗଳା ଆସିଛି ଆମ ଗାଆଁକୁ,ଶ୍ରୀଜଗନ୍ନାଥଙ୍କ କରୋନା ସଚେତନତା, ଶକ୍ତିମାନ, ସାଗର ଶାମୁକା, ବାହୁବଳୀ,କରୋନା କେଳାଭଳି ୮୫ରୁ ଉର୍ଦ୍ଧ୍ବ କରୋନା ସଚେତନଧର୍ମୀ ପଥପ୍ରାନ୍ତ ନାଟକ ଲୋକମାନଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ବାଣ୍ଟିଥିବା ବେଳେ,ଆଜି କେନ୍ଦ୍ରାପଡା ଜିଲ୍ଲାର ଅସୁରେଶ୍ଵର ଖାନାନଗରସ୍ଥିତ ବ୍ରହ୍ମ ଅବଧୂତ ତାରକ ବାବାଙ୍କ ପୀଠରେ ୧୧୧ତମ ଦିବସରେ ପୂର୍ବ ଦିନମାନଙ୍କରେ କରାଯାଇଥିବା କାର୍ଯ୍ୟକ୍ରମ, ଗାଁ ଗାଁ ବୁଲି ଲୋକମାନଙ୍କୁ ମାସ୍କ,ସାବୁନ, ସାନିଟାଇଜର,ପରିବା ଆଦି ବଣ୍ଟନ, ଛକ ବଜାରରେ ପାଗଳା ପାଗିଳି, ବୁଲା ଜୀବଜନ୍ତୁ ଆଦିଙ୍କୁ ଖାଦ୍ୟ ବଣ୍ଟନ,ସଚେତନ ନିମନ୍ତେ କରାଯାଇଥିବା ୮୫ରୁ ଉର୍ଦ୍ଧ୍ବ ପଥପ୍ରାନ୍ତ ନାଟକ ତଥା ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିର ସମୀକ୍ଷା କରାଯାଇଥିବାର ଦେଖିବାକୁ ମିଳିଥିଲା।ଏହା ସହ ଆଜି ସାଧୁସନ୍ଥ ମାନଙ୍କଦ୍ୱାରା ବିଭିନ୍ନ ସ୍ଥାନରେ ଚାରା ରୋପଣ କରାଯାଇଥିବାର ଦେଖିବାକୁ ମିଳିଥିଲା।ଏହି ପରିପ୍ରେକ୍ଷୀରେ କାର୍ଯ୍ୟକ୍ରମକୁ ବ୍ରହ୍ମ ଅବଧୂତ କିଶୋର ବାବା ଭୁୟସୀ ପ୍ରଶଂସା କରିବାସହ ବିଶ୍ୱବାସୀଙ୍କ ଉଦ୍ଦେଶ୍ୟରେ ତାଙ୍କର ଆଶୀର୍ବଚନ ପ୍ରଦାନ କରିଥିଲେ।ଏଥିରେ ନାଟ୍ୟକାର ତଥା ନିର୍ଦ୍ଦେଶକ ସାଧୁ ନିଲୁବାବା, ଚିନ୍ମୟ ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ,ଡ଼ଲଫିନ ଡ୍ୟାନ୍ସ ଗ୍ରୁପର ନିର୍ଦ୍ଦେଶକ ମିହିର କୁମାର ମଲ୍ଲିକ,ଅଧ୍ୟାପକ ଭରତ ଚନ୍ଦ୍ର ବେହେରା,ଅଭିନେତା ଶଶିକାନ୍ତ ପଣ୍ଡାଙ୍କ ସମେତ ବହୁ ସାଧୁସନ୍ଥ ଓ ଅନୁଷ୍ଠାନର ସମସ୍ତ ସଦସ୍ୟ ସଦସ୍ୟାମାନେ ଯୋଗଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here